ରାଜଧାନୀ ଭୁବନେଶ୍ୱରରେ ପୌର ହିଂସା

ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ହିଂସାକାଣ୍ଡ । ଗତକାଲି ପୌର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଥିବା ବେଳେ ଆଜି ଘଟିଯାଇଛି ହିଂସାକାଣ୍ଡ । ରାଜଧାନୀ ଉପକଣ୍ଠରେ ରହିଥିବା ଜିଜିପି କଲୋନୀରେ ଏଭଳି ଏକ ଅପ୍ରୀତିକର ପରସ୍ଥିତିର ଝଲକ ଦେଖିବାକୁ ମିଳିଛି । ଜିଜିପି କଲୋନୀରେ ଖଣ୍ଡା ବୁଲିଥିବା ବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଘଟଣା ପରେ ପୋଲିସ ପ୍ୟାଟ୍ରୋଲିଂ ବଢାଇ ଦିଆଯାଇଛି । ପୋଲିସ ପଇଁତରା ମାରୁଥିଲେ ହେଁ ଏହି ଆକ୍ରମଣ ପଛରେ କାହାର ସମ୍ପୃକ୍ତି ରହିଛି ଜଣାପଡିନାହିଁ । ରାଜନୈତିକ ଆକ୍ରୋଶ କାରଣରୁ ଏହି ହିଂସାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ୱାଭାବିକ ରହିଥିବା ଜଣାପଡିଛି ।