ରାଜଧାନୀରେ ବଳବତର ରହିବ ଲକ୍ ଡାଉନ୍ କଟକଣା

ଭୁବନେଶ୍ୱର: ରାଜଧାନୀରେ ବଳବତର ରହିବ ଲକ୍ ଡାଉନ୍ କଟକଣା ।  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୁଚନା ଦିଆଯାଇଛି । ଭୁବନେଶ୍ୱର ହଟ୍‌ସ୍ପଟ ଜୋନରେ ସାମିଲ ଅଛି । ତେଣୁ ଏଠାରେ ଲକଡାଉନ କଟକଣା ଜାରି ରହିବ । ପରବର୍ତୀ ସମୀକ୍ଷା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଲକ୍‌ଡାଉନର ସମସ୍ତ  କଟକଣା ବଳବତର ରହିବ ।


ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସହରବାସୀ ଲକଡାଉନକୁ ସହଯୋଗ ଓ ସମର୍ଥନ ଦେଇଛନ୍ତି । ସେଥିପାଇଁ ସଫଳତା ମିଳିଛି । ଲୋକେ ବ୍ୟକ୍ତିଗତ ଭାବେ ତ୍ୟାଗ କରିଛନ୍ତି ବୋଲି ଆମକୁ ବଳ ମିଳିଛି ବୋଲି ବିଏମ୍‌ସି କହିଛି ।