ରାଜଧାନୀରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ଆହତ

ରାଜଧାନୀରେ ଏନ୍ କାଉଣ୍ଟର । ପୋଲିସ- ଅପରାଧି ଗୁଳି ବିନିମୟ । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ । ଭୁବନେଶ୍ୱର ବରମୁଣ୍ଡା ମେଲଣ ପଡ଼ିଆରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ପୋଲିସ ଗୁଳିରେ ଚାକରାର ଡାହଣ ଗୋଡ଼ରେ ଗୁଳି ବାଜିଛି ।

ଖବର ଅନୁଯାୟୀ, ବରମୁଣ୍ଡା ମେଲଣ ପଡ଼ିଆରେ ଡକାୟତି ଯୋଜନା କରୁଥିବା ସମୟରେ ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ପ୍ରଥମେ ଚକରା ପୋଲିସ ଉପରକୁ ବୋମା ମାଡ଼ କରିଥିଲା । ଏହାର ଜବାବରେ ପୋଲିସ ଗୁଳି ଚଲାଇଥିଲା । ପୋଲିସ ଗୁଳିରେ ଚକରା ଆହତ ହୋଇଥିବା ବେଳେ ଗ୍ୟାଙ୍ଗର ଆହୁରି ୫ ରୁ ୬ ଜଣ ଅପରାଧୀ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, ୪ରାଉଣ୍ଡ ଅଫୁଟା ଗୁଳି, ୬ ଟି ଅଫୁଟା ବୋମା, କାର ଭିତରୁ ୩ ଟି ମୋବାଇଲ ସହ ମଦ ବୋତଲ ଜବତ କରିଛି ପୋଲିସ ।

ସେପଟେ ବୋମା ମାଡ଼ରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଖଣ୍ଡଗିରି ଥାନା ପୋଲିସ ମିଳିତ ଏନକାଉଣ୍ଟର କରିଥିଲା । ଭୁବନେଶ୍ୱରରେ ନୂତନ ଭାବେ ଡିସିପି ପ୍ରତୀକ ସିଂ ଦାୟିତ୍ୱ ନେବା ପରେ ପ୍ରଥମ କରି ଆରମ୍ଭ ହୋଇଛି ଏନକାଉଣ୍ଟର ।