ଯୋଗୀଙ୍କ ଶାସନକୁ ଶହେ ଦିନ,ରିପୋର୍ଟ କାର୍ଡ ରଖିଲେ ସିଏମ

 

ୟୁପି:ଯୋଗୀଙ୍କ ଶହେ ଦିନ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ଶାସନକୁ ୧୦୦ ଦିନ ପୁରିଛି । ଆଉ ଏହି ସେଞ୍ଚୁରୀ ମାରିବା ଅବସରରେ ଯୋଗୀ ରଖିଛନ୍ତି ରିପୋର୍ଟ କାର୍ଡ । କହିଛନ୍ତି , ସେ ରାଜ୍ୟର ଗରିବ ଏବଂ କୃଷକଙ୍କ ବିକାଶ ପାଇଁ ଅଙ୍ଗୀକାରବଦ୍ଧ ।ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସରକାରର ଶହେ ଦିନର ଉପଲବ୍ଧି ବର୍ଣ୍ମନା କରିଛନ୍ତି ଯୋଗୀ । କହିଛନ୍ତି ଜନସଂଘର ପ୍ରବକ୍ତା ଦୀନ ଦୟାଲଙ୍କ ଅନ୍ତୋଦ୍ୱୟ ନୀତି ପ୍ରତି ତାଙ୍କ ସରକାର ଅଙ୍ଗୀକାର ବଦ୍ଧ ଏବଂ ,ସେହି ଲକ୍ଷ୍ୟରେ ଗରିବଙ୍କ ବିକାଶ ଓ ଉନ୍ନତି ଲାଗି ସେ ପ୍ରତିଶ୍ରୁତିବଦ୍ଧ । ନରେନ୍ଦ୍ର ମୋଦୀ ସରକାରଙ୍କ ସବକା ସାଥ ସବକା ବିକାଶ ନୀତିକୁ ଉତ୍ତର ପ୍ରଦେଶ ଅନୁସରଣ କରିବା ସହ ତାହାର କାର୍ଯ୍ୟକାରିତାରେ  ସର୍ବାଧିକ ସଫଳ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଏହି ଅବସରରେ ଶହେ ଦିନ ବିଶ୍ୱାସ କେ ଶୀର୍ଷକ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଏହା ସହ ୨୦୧୭ କୁ ଉତ୍ତର ପ୍ରଦେଶ ଗରିବ କଲ୍ୟାଣ ବର୍ଷ ଭାବେ ପାଳନ କରିବ ଏବଂ ପ୍ରତି ବର୍ଷ ୨୪ ଜାନୁଆରୀକୁ ଉତ୍ତର ପ୍ରଦେଶ ଦିବସ ଭାବେ ପାଳନ କରାଯିବ ବୋଲି ଆଦିତ୍ୟନାଥ ଘୋଷଣା କରିଛନ୍ତି । ତାସହ କୃଷକଙ୍କ ପାଇଁ ବିଭିନ୍ନ ସହାୟତା ଏବଂ ବିଭିନିନ ଯୋଜନା କଥା କହିଛନ୍ତି ।