ଯାଜପୁରର ୫ ବ୍ଲକରେ ୫୪ ଘଂଟା ପାଇଁ ସଟ୍ ଡାଉନ୍

ଯାଜପୁର: ଯାଜପୁରର ୫ ବ୍ଲକରେ ୫୪ ଘଂଟା ପାଇଁ ସଟ୍ ଡାଉନ୍  । ଜପୁର ଜିଲ୍ଲାରେ ନୂଆ କରୋନା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୫ ବ୍ଲକକୁ କଂଟେନମେଂଟ ଜୋନରେ ଘୋଷଣା କରିବା ସହ ୫୪ ଘଂଟା ପାଇଁ ସଟ୍ ଡାଉନ୍ ଜାରି କରାଯାଇଛି ।  ଜିଲ୍ଲାରେ ଶତାଧିକ ପଶ୍ଚିମବଙ୍ଗ ଫେରନ୍ତା ଥିବାରୁ ଏପ୍ରିଲ ୨୭ ଦିନ ୧୨ଟା ଠାରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ସଟ୍‌ଡାଉନ ଘୋଷଣା କରାଯାଇଛି । ଯାଜପୁର ବ୍ଲକ, ଦଶରଥପୁର ବ୍ଲକ, ଯାଜପୁର ପୌରପାଳିକା, ବରି ବ୍ଲକ, ବିଂଝାରପୁର ବ୍ଲକ ଓ କୋରେଇ ବ୍ଲକକୁ ଅବରୋଧ ଅଂଚଳ ବା ସଟ୍‌ଡାଉନ ପରିସରଭୁକ୍ତ ଅଂଚଳ ଭାବେ ଘୋଷଣା ହୋଇଛି । ଏହି ସବୁ ବ୍ଲକରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ।