ଯବାନଙ୍କ ପାଖରୁ ବାହାରିଲା ଗ୍ରେନେଡ

ଜମ୍ମୁକାଶ୍ମୀରର ଶ୍ରୀନଗର ବିମାନବନ୍ଦରରୁ ଗ୍ରେନେଡ ଉଦ୍ଧାର ହୋଇଛି । ଜଣେ ଯବାନଙ୍କ ପାଖରୁ ଏହି ଗ୍ରେନେଡ ଉଦ୍ଧାର ହୋଇଛି । ବ୍ୟାଗେଜ ସ୍କ୍ରିନିଂ ବେଳେ ଏହି ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର ହୋଇଛି । ଏହା ପରେ ତାଙ୍କୁ ହେପାଜତରେ ରଖାଯାଇଛି । ସମ୍ପୃକ୍ତ ଯବାନଙ୍କ ପରିଚୟ ମିଳିଛି ।

ତାମିଲନାଡୁର ବାଲାଜି ସମ୍ପତ ନାମକ ଏହି ଜବାନ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୁରାରେ କାମ କରୁଥିଲେ । ସୂଚନା ଅନୁସାରେ ସୋମବାର ଦିନ ୯ଟା ୩୦ରେ ଡ୍ରପଗେଟରେ ବ୍ୟାଗେଜ ସ୍କ୍ରିନିଂ ବେଳେ ବାଲାଜି ସମ୍ପତ(୪୨ ଆରଆର, କାର୍ଡ ସଂଖ୍ୟା ଏଫ୯୯୯୮୪୮) ଲେଖାଥିବା ବ୍ୟାଗରୁ ଲୁଚାଯାଇଥିବା ଗ୍ରେନେଡ ଉଦ୍ଧାର କରାଯାଇଛି ।

୩୧୨ ଏମ୍/କେଏଫ୯୦ର ଏହି ହ୍ୟାଣ୍ଡ ଗ୍ରେନଡ୍ ମିଳିବା ପରେ ଭୟର ବାତାବରଣ ଦେଖାଦେଇଥିଲା । ବାଲାଜି ବସନ୍ତ ହେଉଛନ୍ତି ତାମିଲନାଜୁର ବିଲ୍ଲୋର ଅଂଚଳର ମୂଳବାସିନ୍ଦା । ଇଣ୍ଡିଗୋର ବିମାନ ୬ଇ-୫୦୩୧/୨୦୬୧ରେ ଶ୍ରୀନଗରରୁ ଚେନ୍ନାଇ ଗସ୍ତ କରୁଥିଲେ । ଅଭିୟୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ହୁମହା ଥାନାରେ ରଖାଯାଇଛି । ପୋଲିସ କହିଛି, ଯବାନଙ୍କୁ ବିମାନବନ୍ଦରରେ ସ୍କ୍ରିନିଂ ବେଳେ ଧରାପଡିଛି । ଏହି ହ୍ୟାଣ୍ଡ ଗ୍ରେନେଡ ଯବାନଙ୍କ ବ୍ୟାଗରେ ଲୁଚାଇ ରଖାଯାଇଥିଲା । ବର୍ତ୍ତମାନ ପୋଲିସ ତାଙ୍କୁ ଅଧିକ ପଚରାଉଚରା ଜାରିରଖିଛି । ଏହା ପଛର କଣ ରହସ୍ୟ ରହିଛି ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।