ମେଣ୍ଢା ମୃତ୍ୟୁ ଘଟଣା: କ୍ଷତିପୁରଣ ଦେବ। କୁ ନେଇ ଦୁଇ ମନ୍ତ୍ରୀ ମୁହାଁ ମୁହିଁ

ଭୁବନେଶ୍ବର: ନିଆଳି ମେଣ୍ଢା ମୃତ୍ୟୁ ଘଟଣାକୁ ନେଇ ଆଜି ମୁହାଁ ମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଜଙ୍ଗଲ ବିଭାଗ ଉପରେ ଦୋଷ ଲଦୁଛି । ଅଜଣା ଯନ୍ତୁର ଆକ୍ରମଣରେ ମରୁଥିବା ମେଣ୍ଢାର କ୍ଷତିପୁରଣ ଦେବା ନେଇ କୃଷି ଓ ପଶୁ ସଂପଦ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପରସ୍ପର ଉପରୁ ଦୋଷ ଠେଲିଛନ୍ତି । ନିଆଳି ମେଣ୍ଡା ମୃତ୍ୟୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ଦେବାକୁ ନେଇ କୃଷି ଓ ପଶୁ ସଂପଦ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେଉଁ ମାନଙ୍କର ମେଣ୍ଢା ମରୁଛନ୍ତି ସେମାନେ ସବୁ ଗରିବ ଲୋକ ମେଣ୍ଢା ପାଳନ କରି ପରିବାର ପୋଷନ୍ତି । ସେମାନଙ୍କ କ୍ଷତି ହୋଇଛି ।କ୍ଷତିପୁରଣ ଲାଗି ସେମାନେ ରାସ୍ତାକୁ ଓହ୍ଲାଇଲେଣି । ମାରୁଥିବା ଜନ୍ତୁ ଜଙ୍ଗଲ ବିଭାଗର । କ୍ଷତିପୁରଣ ଦେବା ଜଙ୍ଗଲ ବିଭାଗର କାମ । ହାତୀ ମଣିଷ ମାରିଲେ ଫସଲ ନଷ୍ଟକଲେ କ୍ଷତିପୁରଣ ମିଳୁଛି । । ଏମାନଙ୍କୁ ବି ବିଭାଗ ରିପୋର୍ଟ ଦେଇ ସରକାର କ୍ଷତିପୁରଣ ଦେବା କଥା । ଏଥିଲାଗି ପ୍ରଶାସନ,ଜଙ୍ଗଲ ବିଭାଗ ଓ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବା କଥା । ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କିନ୍ତୁ ମେଣ୍ଢା ପାଳକଙ୍କୁ କ୍ଷତିପୁରଣ ଦେବା କଥାକୁ ଏଡାଇ ଦେିଛନ୍ତି । କହିଛନ୍ତି ମେଣ୍ଢା ମାରୁଥିବା ରାମଶିଆଳ ବିରଳ ପ୍ରଜାତିର । ଏହା ଜଙ୍ଗଲ ବିଭାଗ ଭିତରେ ଆସୁଛି ସତ । ହେଲେ ହାତୀ ଆକ୍ରମଣ ଓ ଚାଷ ନଷ୍ଟ ହେଲେ ସରକାର କ୍ଷତିପୂରଣ ଦେଉଛନ୍ତି । କିନ୍ତୁ ରାମଶିଆଳ ମେଣ୍ଢା ମାରିବା ଏକ ବିରଳ ଘଟଣା ଏନେଇ କୈଣସି ସରକାରୀ ନିୟମ ନାହିଁ । ତେଣୁ କ୍ଷତିପୁରଣ ଦେବା ନେଇ ସେ ବିଭାଗ ସହ ଆଲୋଚନା କରିବେ । ହେଲେ ଏବେ କଥା ହେଉଛି ଦୁଇ ବିଭାଗ ଭିତରେ କିଏ ଦେବ ଚାଷୀଙ୍କୁ କ୍ଷତିପୁରଣ ।