ମିଳିତ ଶ୍ରମିକ ସଂଗଠନର ଧର୍ମଘଟକୁ ସମର୍ଥନ କଲା କଂଗ୍ରେସ

ଭୁବନେଶ୍ୱର :  ଦେଶର ଶ୍ରମିକ, କୃଷକମାନଙ୍କର ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର ସଂପୂର୍ଣ୍ଣ ଉଦାସୀନ ହୋଇଥିବାରୁ ଏହାର ପ୍ରତିବାଦରେ ଆଜି ଦେଶ ସାରା ଧର୍ମଘଟ ପାଳିତ ହୋଇଯାଇଛି । ଏହି ଅବସରରେ ଓଡିଶାରେ ବିଭିନ୍ନ ସଂଗଠନ ପକ୍ଷରୁ ହୋଇଥିବା ଧର୍ମଘଟକୁ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଦୃଢ଼ ସମର୍ଥନ କରାଯାଇଛି । ଏହି ଧର୍ମଘଟର ସଫଳତା ନିମନ୍ତେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ର ବିଜେପି ସରକାର ଶ୍ରମିକ ଓ କୃଷକମାନଙ୍କର ସ୍ୱାର୍ଥ ଓ ଉନ୍ନତିକୁ ଅଣଦେଖା କରିଛନ୍ତି । ଶ୍ରମିକମାନେ ତାଙ୍କ ପରିଶ୍ରମର ପ୍ରାପ୍ୟ ଓ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ସେହିପରି କୃଷକମାନେ ଉପାର୍ଜିତ ଶସ୍ୟର ସଠିକ୍ ମୂଲ୍ୟ ପାଇପାରୁ ନାହାନ୍ତି । ଫଳରେ କୋଟି କୋଟି ଶ୍ରମିକ ଓ କୃଷକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ରାଜ୍ୟ ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବା ଅତ୍ୟନ୍ତ କ୍ଷୋଭର ବିଷୟ । କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ଓ ଶ୍ରମିକ ବିରୋଧି ଆଇନ୍‌କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ସଂଗଠନ ପକ୍ଷରୁ ହୋଇଥିବା ଆନ୍ଦୋଳନରେ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ମିଳିତ ଶୋଭାଯାତ୍ରାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ରାଜମହଲରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ଦେଇ ଲୋୟର ପିଏମ୍‌ଜି ଅଭିମୁଖେ ଯାତ୍ରା କରିବା ସମୟରେ କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ ଦାସ, ବେଣୁଧର ପାତ୍ର, ଜିତେନ୍ଦ୍ର ସାମନ୍ତରାୟ, ସୌମ୍ୟରଂଜନ ଜେନା,ଶ୍ରିୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ ପ୍ରମୁଖଙ୍କୁ ପୋଲିସ ଗିରଫ କରିଥିଲା ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ,ମନୋରଞ୍ଜନ ଦାଶ, କିଶୋର ଜେନା, ବିଶ୍ୱଜିତ ଦାସ, ରାଜୀବ ପଟ୍ଟନାୟକ, ପ୍ରଣତି ମିଶ୍ର, ଦୀପକ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ଜ୍ୟୋତିଷ ସାହୁ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ଲିଙ୍ଗରାଜ ସାହୁ, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ସୁବାଷ ପ୍ରଧାନ, ଏମ୍‌.ଡି ଶାହାଦୁଲ୍ଲା, କୁଳମଣି ସାହୁ ତାପସ ସେଠୀ, ଖଗେଶ୍ୱର ମଲ୍ଲିକ ପ୍ରମୁଖ