ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ସିଧାସଳଖ ଦିଲ୍ଲୀକୁ ଉଡ଼ିବ ସ୍ପାଇସ୍ ଜେଟ୍‌ର ବିମାନ। ସେହିଦିନଠାରୁ ପ୍ରତ୍ୟେକ ଦିନ ଏହା ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ। ଏହି ବିମାନ ଦିଲ୍ଲୀରୁ ଅପରାହ୍ଣ ଗୋଟାଏ ୫୦ରେ ଉଡ଼ାଣ ଆରମ୍ଭ କରିବ ଓ ଝାରସୁଗୁଡାରେ ୩ଟା ୫୦ରେ ପହଞ୍ଚିବ। ତା’ପରେ ୪ଟା ୨୫ରେ ଝାରସୁଗୁଡ଼ାରୁ ଉଡ଼ାଣ ଆରମ୍ଭ କରି ସନ୍ଧ୍ୟା ୬ଟା ୨୫ରେ ଦିଲ୍ଲୀରେ ପହଞ୍ଚିବ।
ଝାରସୁଗୁଡ଼ାରୁ ଦିଲ୍ଲୀକୁ ଏବଂ ଦିଲ୍ଲୀରୁ ଝାରସୁଗୁଡାକୁ ସ୍ପାଇସ୍ ଜେଟ୍‌ ବିମାନର ଭଡ଼ା ୩୭୦୧ ଟଙ୍କା ଧାର‌୍ୟ୍ୟ କରାଯାଇଛି।