ମହିଳା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ମାଲକାନଗିରି: ପରକୀୟା ପ୍ରୀତି ଅଭିଯୋଗକୁ ନେଇ ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉତ୍ତ୍ୟକ୍ତ ଲୋକେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାଟି ଏମ୍‌ଭି-୪୭ରେ ଘଟିଛି। ଅଭିଯୋଗ ଅନୁସାରେ ଏମ୍‌ଭି-୮୩ର ଜଣେ ଯୁବକଙ୍କର ଏମ୍‌ଭି ୪୭କୁ ଯିବା ଆସିବା କରିବା ମଧ୍ୟରେ ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ଗତକାଲି ଉଭୟଙ୍କୁ ଅସଂଯତ ଅବସ୍ଥାରେ ଗାଁ ଲୋକେ ଦେଖିଥିଲେ। ଏହା ପରେ ଗାଁ ଦାଣ୍ଡରେ ଏକ ଖୁଣ୍ଟ ରେ ବାନ୍ଧି ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।