ମନ୍ରୀଙ୍କ ପିଏସ୍ଙ୍କ ସମ୍ପତ୍ତ

ରାଜ୍ୟର ଜଣେ ରାଷ୍ଟ୍ରମନ୍ରୀଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଭାବେ କାର୍ଯ୍ୟରତ ଜଣେ ବରିଷ୍ଠ ଓଏଏସ୍ ଅଫିସ୍ରଙ୍କ ସµତିରେ ଆଖôଦୃଶିଆ ବୃଦ୍ଧିକୁ ନେଇ ଏବେ ଚଚ୍ର୍ଚା। ଏହି ଅଫିସର ଜଣକ ନିକଟରେ ଭୁବନେଶ୍ବରର ରସୁଲଗଡ଼ ଛକ ଠାରେ ପ୍ରାୟ ଦେଢ଼କୋଟି ଟଙ୍କା ଦେଇ ଏକ ପ୍ଲଟ୍ କ୍ରୟ କରିଛନ୍ତି। ତା’ସହିତ ଏକ କµାନୀରେ ମଧ୍ୟ ମୋଟା ପରିମାଣର ପୁଞ୍ଜି ନିବେଶ କରିଥିବା ଶୁଣିବାକୁ ମିଳୁଛି। ଏହି ଅଫିସର ଜଣକ ବିଡିଓ ଥିବାବେଳେ ବହୁ କୋଟିର ଦୁର୍ନୀତି କରିଥିଲେ। ଯାହାକୁ ନେଇ ଭିଜିଲାନ୍ସ ମଧ୍ୟ ମାମଲା ରୁଜୁ କରିଛି। ଇତିମଧ୍ୟରେ ସµୃକ୍ତ ଅଫିସର୍ଙ୍କୁ ଭୁବନେଶ୍ବରର ଭିଜିଲାନ୍ସ କୋର୍ଟ କୁଆଡ଼େ ହାଜର ହେବା ପାଇଁ ୪ଥର ନୋଟିସ୍ ପଠାଇଥିଲେ, ତାକୁ ସେହି ଅଫିସର୍ ଗୁରୁତ୍ବ ଦେଉନାହାନ୍ତି। ଚଚ୍ର୍ଚା ହେଉଛି ମନ୍ରୀଙ୍କର ସେହି ବ୍ୟକ୍ତିଗତ ସଚିବ ଜଣକ କୁଆଡ଼େ ଏବେ ଶାସକ ଦଳର ହ୍ବାଟସ୍ଅପ୍ ଗ୍ରୁପ୍ ଦାୟିତ୍ବରେ ଥିବାରୁ ତାଙ୍କୁ ଏଭଳି ସୁରକ୍ଷା ମିଳିଛି। ସେ ବିଜେଡିର ସାଂଗଠନିକ ବ୍ୟାପାର ବୁଝିବାର ଆଳ ଦେଖାଇ ନିଜର ପତିଆରା ଉଭୟ ଦଳ ଓ ସରକାରରେ ଦେଖାଇବାକୁ ପଛାଉ ନାହାନ୍ତି। ଗତ ୫ବର୍ଷ ମଧ୍ୟରେ କୁଆଡ଼େ ତାଙ୍କର ସµତିରେ ୫୦୦ ଗୁଣ ବୃଦ୍ଧି ହୋଇଛି। ତାଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିେଯାଗ ଆସିଥିଲେ ମଧ୍ୟ ସେ ବିଜେଡିର ସାଂଗଠନିକ ବ୍ୟାପାର ବୁଝୁଥିବାରୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବିରୋଧରେ କୁଆଡ଼େ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି। କିନ୍ତୁ ଏହି ଅଫିସର ଜଣକ େଯାଗୁ ଉଭୟ ବିଜେଡି ଓ ମୁଖ୍ୟମନ୍ରୀ କାର୍ଯ୍ୟାଳୟ ବଦ୍ନାମ ହେଉଥିଲେ ମଧ୍ୟ କେଉଁ କାରଣରୁ ତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି ତାକୁ ନେଇ ଚଚ୍ର୍ଚା। ଅବଶ୍ୟ ଏହି ଅଫିସର ଜଣକ ମୁଖ୍ୟମନ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇନାହାନ୍ତି କିନ୍ତୁ ତାଙ୍କୁ ସବୁବେଳେ ସେଠାରେ ଓ ନବୀନ ନିବାସରେ ଦେଖôବାକୁ ମିଳୁଥିବା ଚଚ୍ର୍ଚା।