ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରିବାର ଓ କମ୍ପାନୀର ୪.୮୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କଲା ଇଡି

ମନି ଲଣ୍ଡ୍ରିଂ ଯାଞ୍ଚ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରିବାର ଏବଂ କମ୍ପାନୀର ୪.୮୧ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରିଛି। ଜୈନ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ସରକାରରେ ସ୍ଵାସ୍ଥ୍ୟ, ବିଜୁଳି, ଗୃହ, ପିଡବ୍ଲ୍ୟୁଡି, ଉଦ୍ୟୋଗ, ସହରାଞ୍ଚଳ ବିକାଶ, ବନ୍ୟା, ଜଳସେଚନ ଏବଂ ଜଳ ମନ୍ତ୍ରୀ ଅଛନ୍ତି।

ବ୍ୟାଜାପ୍ତ ହୋଇଥିବା ୪.୮୧ କୋଟି ଟଙ୍କାର ଅଚଳ ସଂପତ୍ତିରେ ଅଙ୍କିଚନ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍, ଇଣ୍ଡୋ ମେଟାଲ ଇମ୍ପେକ୍ସ ପାଇଭେଟ୍ ଲିମିଟେଡ୍, ପ୍ରୟାସ ଇମ୍ଫୋସୋଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍, ମଙ୍ଗଲାୟତନ ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍, ଜେ.ଜେ ଆଇଡିଆଲ ପ୍ରାଇଭେଟ୍ ଲିମିଟେଡ୍, ବୈଭବ ଜୈନଙ୍କ ପତ୍ନୀ ସ୍ଵାତି ଜୈନ, ଅଜିତ୍ ପ୍ରସାଦ ଜୈନଙ୍କ ପତ୍ନୀ ସୁଶୀଳା ଜୈନ ଏବ ସୁନିଲ ଜୈନଙ୍କ ପତ୍ନୀଙ୍କ ସଂପତ୍ତି ସାମିଲ୍।

ଇଡି ତଦନ୍ତରେ ଜାଣିବାକୁ ପାଇଛି ଯେ, ୨୦୧୫-୧୬ ସମୟରେ ସତ୍ୟେନ୍ଦ୍ର ଜୈନ ଜଣେ ଲୋକ ସେବକ ଥିଲେ। ତାଙ୍କ ଦ୍ଵାରା ଲାଭକାରୀ ଏବଂ ନିୟନ୍ତ୍ରଣାଧୀନ କମ୍ପାନୀଗୁଡି କୋଲକାତାର ଅପରେଟରଙ୍କୁ ନଗଦ ଟ୍ରାନ୍ସଫର ବଦଳରେ ୪.୮୧ କୋଟି ଟଙ୍କା ମିଳିଥିଲା। ଏହି ଅର୍ଥ ଜମି କିଣାକିଣି କିମ୍ବା ଦିଲ୍ଲୀର ଆଖପାଖ କୃଷି ଜମି କିଣିବା ଏବଂ ଋଣ ପରିଶୋଧ ଉପରେ ଖର୍ଚ୍ଚ କରାଯାଇଥିଲା।