ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକମାନଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଘୋଷଣା : ମନ୍ତ୍ରୀ ପ୍ରତାପ ଜେନାଙ୍କ ସ୍ୱାଗତ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଆଜି ସାମ୍ବାଦିକମାନଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ଏହାଦ୍ୱାରରା ରାଜ୍ୟର କାର୍ଯ୍ୟରତ ସାମ୍ବାଦିକ ମାନେ ଉପକୃତ ହେବେ । ନିରନ୍ତର ଭାବେ ଖବର ପରିବେଷଣ ଦ୍ୱାରା ଲୋକଙ୍କୁ ସଚେତନ କରିବା ସହିତ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ।
ଆଜିର ଏହି ଘୋଷଣାକୁ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସ୍ୱାଗତ କରିବା ସହିତ ମାନ୍ଯବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ରାଜ୍ୟର ସାମ୍ବାଦିକମାନଙ୍କ ପ୍ରତି ଥିବା ତାଙ୍କର ପ୍ରତିଶ୍ରୁତିବଦ୍ଧତା ଓ ଦୃଢ ସମର୍ଥନକୁ ପ୍ରତିପାଦିତ କରୁଥିବା ଶ୍ରୀ ଜେନା କହିଛନ୍ତି ।