ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ନିର୍ବାଚନ କମିଶନର

ଭୋଟ ଦେଲେ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ୟୁନିଟ-୧ ୱାର୍ଡ ନମ୍ୱର ୪୦ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନମ୍ବର ବୁଥରେ ସୁରେଶ ମହାପାତ୍ର ଭୋଟ ଦେଇଛନ୍ତି । ତାଙ୍କ ସହ ପତ୍ନୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ ଦେଇଛନ୍ତି ।

ଏହି ଅବସରରେ ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ନିଜକୁ ସାମିଲ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ବୁଥରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ନିଜ ଭୋଟ ଦେଇଛନ୍ତି ।

ଭୋଟ ଦେବା ପରେ ମୁଖ୍ୟ ଶାସନ ସଚିବ କହିଥିଲେ କି ଗଣତନ୍ତ୍ରର ଏହା ପ୍ରକ୍ରିୟାରେ ବହୁ ସଂଖ୍ୟାରେ ଭୋଟର ସକ୍ରିୟ ଅଂଶଗ୍ରହଣ କରି ନିଜ ମତାଧିକାର ସାବ୍ୟସ୍ତ କରିବେ । ତେବେ ସହରାଞ୍ଚଳରେ ମୁଖ୍ୟତଃ ପୁଲିଂ କମ ରହୁଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କିଛି ଭୋଟରଙ୍କ ଦେହାନ୍ତ ଓ ସରକାରୀ କର୍ମଚାରୀଙ୍କ ବଦଳି ଓ ଅବସର ଯୋଗୁଁ ଭୋଟର ତାଲିକାରେ ନାମ ରହିବା ସମ୍ଭବପର ହେଉନାହିଁ । ଇଭିଏମ ତ୍ରୁଟି ଅନେକ ସ୍ଥାନରେ ରାହୁଥିଲେ ହେଁ ତାହାର ବିକଳ୍ପ ବ୍ୟବସ୍ଥା ଭାବେ ଅଡିସନାଲ ଇଭିଏମ ରଖାଯାଇଛି । ଏଭଳି ସମସ୍ୟା ସାମୟିକ ଏହାର ସମାଧାନ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।