ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା !

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ନେଇ ସୂଚନା ମିଳିଛି। ଏହାପରେ ଟ୍ରେନ୍‌କୁ ଅଟକାଇ ବମ ସ୍କ୍ବାର୍ଡ ବୁଧବାର ଯାଞ୍ଚ ଆରମ୍ଭ କରିଛି ।

ମଙ୍ଗଳବାର ଭୁବନେଶ୍ୱରରୁ କୋଣାର୍କ ଏକ୍ସପ୍ରେସ୍‌ ଛାଡ଼ିଥିଲା। ତେବେ ଏହି ଏକ୍ସପ୍ରେସରେ ବୋମା ଥିବା ଖବର ମିଳିବା ମାତ୍ରେ ସିକନ୍ଦରାବାଦ ଷ୍ଟେଶନ ନିକଟରେ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଛି।

ଏପରିକି ଯାତ୍ରୀଙ୍କୁ ଟ୍ରେନ୍‌ରୁ ଦୂରକୁ ଚାଲିଯିବାକୁ କୁହାଯାଇଛି। ଏହାପରେ ତୁରନ୍ତ ଘଟଣାସ୍ଥଳରେ ବୋମା ସ୍କ୍ବାର୍ଡ ସଦସ୍ୟ ପହଞ୍ଚି ଟ୍ରେନରେ ଯାଞ୍ଚ ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିବା ଜଣାଯାଇଛି।

ବୋମା ଥିବା ଖବର ମିଳିବା ପରେ ଭୁବନେଶ୍ୱର ଷ୍ଟେଶନରେ ସିସିଟିଭି ଯାଞ୍ଚ ଆରମ୍ଭ ହୋଇଯାଇଛି। ଅପରପକ୍ଷେ ରେଳ ମନ୍ତ୍ରଣାଳୟ ପକ୍ଷରୁ ବୋମା ଟ୍ରେନ୍‌ରେ ଅଛି ନା ନାହିଁ, ତାହା କେଉଁଠୁ ଆସିଲା, କିଏ ଟ୍ରେନ ଭିତରେ ରଖିଛି ସେ ସମ୍ପର୍କରେ କିଛି ସ୍ପଷ୍ଟ ଭାବେ ସୂଚନା ମିଳିପାରିନାହିଁ।