ଭଦ୍ରକ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଭଦ୍ରକ: ଭଦ୍ରକ ଗସ୍ତରେ ଆସିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଭଦ୍ରକରେ ସଟ୍‌ଡାଉନ୍ ଲାଗୁ ହୋଇଥିବାବେଳେ ପୋଲିସ ଡିଜି ଏହି ଗସ୍ତ କରିଛନ୍ତି । ଏହି ଗସ୍ତରେ ସେ ଜିଲ୍ଲା ମୁଖ୍ୟାଳୟରେ ପୂର୍ବାଂଚଳ ଆଇଜି ଦୀପ୍ତେସ ପଟ୍ଟନାୟକ ଓ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ସହ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ।

ପରେ ସ୍ଥିତି ଅନୁଧ୍ୟାନ ପାଇଁ ପୁରୁଣା ବଜାର ଥାନା ଅଂଚଳ ଗସ୍ତ କରିଛନ୍ତି । ଏହାପରେ ଭଦ୍ରକ ସହରାଂଚଳ   ଥାନା ଓ ଭଦ୍ରକ ଗ୍ରାମାଂଚଳ ଥାନା ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି ।