ବ୍ୟବସାୟୀଙ୍କୁ ଗୁଳି ମାଡ
ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବାଦଗଡ଼ ଗ୍ରାମର ବ୍ୟବସାୟୀ ତଥା ପୂର୍ବତନ ସମିତି ସଭ୍ୟ ସୁବାସ ଚନ୍ଦ୍ର ସାହୁଙ୍କ ଉପରକୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି। ୪ ଜଣ ଦୁର୍ବୃତ୍ତ ୨ଟି ମୋଟର ସାଇକେଲରେ ଆସି ଶ୍ରୀ ସାହୁଙ୍କ ଘରପାଖରେ ତାଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଗୋଟିଏ ଗୁଳି ତାଙ୍କ ଦେହରେ ବାଜିଥିବା ବେଳେ ଅନ୍ୟ ଏକ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଛି। ସେହିପରି ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ମଧ୍ୟ ହାଣି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଶ୍ରୀ ସାହୁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।