ବ୍ରହ୍ମପୁରରେ ଡେଙ୍ଗୁ ରୋଗୀ ଚିହ୍ନଟ

ବ୍ରହ୍ମପୁରେ :ବ୍ରହ୍ମପୁରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ଚିହ୍ନ ରୋଗୀ ନୂଆ ବସଷ୍ଟାଣ୍ଡ ନିକଟ ସାଇଣ୍ଟିଫିକ୍ ନଗର ବାସିନ୍ଦା ସୂର୍ଯ୍ୟ ବେହେରା । ସୂର୍ଯ୍ୟଙ୍କ ନିଜ ଘର କୋଦଳା ବ୍ଲକ ଅନ୍ତର୍ଗତ ବିଲିପଡା ଗାଂରେ ଏମ୍କେସିଜି ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ସୂର୍ଯ୍ୟ । ଗତ ୩ ମାସ ହେଲା ସାଇଣ୍ଟିଫିକ୍ ନଗରରେ ଭଡାରେ ରହି କମ୍ପିଟେଟିଭ୍ ପରୀକ୍ଷା ପାଇଂ ପ୍ରସ୍ତୁତି କରୁଥିଲେ । ( ଗତ ୨୨ ତାରିଖରେ ତାଙ୍କୁ ଜ୍ବର ହୋଇଥିଲା । ଏମ୍କେସିଜିରେ ରକ୍ତ ପରୀକ୍ଷା କରିଥିଲେ । ପରେ ପୁଣି ୨୪ ତାରିଖରେ ଜର ଆସିବା ପରେ ରକ୍ତ ପରୀକ୍ଷା କରାଇଥିଲେ । ଗତକାଲି ରକ୍ତରେ ଡେଙ୍ଗୁ ଭୂତାଣୁ ଥିବା ଜଣାପଡିଛି)