ବିଶିଷ୍ଟ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର : ବିଶିଷ୍ଟ ଚଳଚିତ୍ର ଅଭିନେତା,ମଞ୍ଚ ଅଭିନେତା ତଥା ଚଳଚ୍ଚିତ୍ର ଜଗତର ଗୁରୁ ବିଜୟ ମହାନ୍ତି ଙ୍କ ଦେହାନ୍ତ ଖବର ଶୁଣି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ବ୍ୟକ୍ତ ପ୍ରକାଶ କରୁଛନ୍ତି ଏବଂ ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି।ତାଙ୍କର ଦେହାନ୍ତ ଓଡିଶା ବାସୀ ଏବଂ ଓଡିଶା ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ଦୀର୍ଘ ୫ ଦଶନ୍ଧି ଧରି ଚଳଚ୍ଚିତ୍ର ରେ ସବୁ ପ୍ରକାର ଅଭିନୟ କରି ଉଚ୍ଚପ୍ରସଂସିତ ହୋଇଥିଲେ।ତାଙ୍କର ଅଭିନୟ ସବୁବେଳେ ଉଚକୋଟିର।ସେ କେବଳ ଜଣେ ବ୍ୟକ୍ତି ନଥିଲେ କଳାକାର ସୃଷ୍ଟି କରିବାର ଅନୁଷ୍ଠାନ ଥିଲେ। ସେ ତାଙ୍କ ଜୀବନରେ ଅନେକ କଳାକାର ସୃଷ୍ଟି କରିଛନ୍ତି।ରାଜ୍ୟ ପାଇଁ ସଦା ସର୍ବଦା ଲୋକଙ୍କ ହୃଦୟରେ ମନେ ରହିବେ। ସ୍ବର୍ଗତ ବିଜୟ ମହାନ୍ତି ୨୦୧୪ ମସିହା ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନରୁ ଜାତୀୟ କଂଗ୍ରେସ ର ପାର୍ଥି ହୋଇଥିଲେ।ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।