ବିଧାନସଭାରେ ଟମାଟୋ ତାତି : ବାଚସ୍ପତିଙ୍କ ପୋଡିୟମୟ ଉପରେ ଟମାଟୋ ରଖି ଅଭାବି ବିକ୍ରିର ପ୍ରତିବାଦ କଲେ ବିରୋଧି

ଭୁବନେଶ୍ୱର : କ୍ଷେତରେ ଫଳିଛି । ଧାର କରଜ କରି ଟମାଟୋ ଉତ୍ପାଦନ କରିଛି ଚାଷୀ । କିନ୍ତୁ ଟମୋଟୋ ଅଭାବି ବିକ୍ରି ଯୋଗୁଁ ଚାଷୀଙ୍କ ମେରୁହାଡ଼ ଭଙଗିଯାଇଛି . । ଏମିତିକି ଟମୋଟୋ ଚାଷରୁ ଲାଭ କଥା ଦୂରରେ ଥାଉ ତୋଳିବାରେ ଖର୍ଚ୍ଚ ହେଉଥିବା ମଜୁରୀ ବି ଉଠୁନି । ଟମାଟୋର ଅଭାବି ବିକ୍ରି ର ତାତି ଦେଖିବାକୁ ମିଳିଥିଲା ବିଧାନସଭାରେ। ଗୃହର ଆଲୋଚନା ଫଳପ୍ରଦ ହୋଇନଥିଲା। ତେଣୁ ସର୍ବଦଳୀୟ ବୈଠକରେ ଚାଷୀ ସମସ୍ୟା ସମାଧାନ ବାଟ ବାହାର କରାଯାଉ ବୋଲି ବିରୋଧୀଙ୍କ ଦାବି ପରେ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ ।
କ୍ଷେତରେ ଝଡ଼ିଲା ଟମାଟୋ। ତୋଳା ନହୋଇ ଗଛରେ ପଚିଲା । ଆଉ ଯାହା ଟମାଟୋ ତୋଳା ହୋଇଛି ତାହା ବିକ୍ରି ହୋଇ ନପାରିବାରୁ ରାସ୍ତା କଡରେ ଗଦା ହୋଇଛି । ଗଞ୍ଜାମ ଜିଲ୍ଲା ଡିଆଁଡେଇଁ ଗାଁର ହଜାର ହଜାର ଟଙ୍କା ଧାର କରଜ କରି ଟମାଟୋ ଚାଷ କରିଥିଲେ ଚାଷୀ । ହେଲେ ଏବେ କେଜି ଟଙ୍କାଏରେ ବି କେହି କିଣିବାକୁ ରାଜି ହେଉ ନାହାନ୍ତି । କେବଳ ଗଂଜାମ ନୁହେଁ ବରଗଡରେ ବି ସେଇ ସମାନ ଅବସ୍ଥା ।ସୋହେଲା,ବିଜେପୁର,ଗାଇସିଲଟ ଜମୁଡା ପଦ୍ମପୁରରେ ଟମାଟୋ ଚାଷୀ କିଲୋ ପିଛା ୫୦ ପଇସାରୁ ଟଙ୍କାଏରେ ବିକ୍ରି କରୁଛନ୍ତି । ଖରା ବଢିଲେ ଟମାଟୋ ପାଚିବ ତେଣୁ ଆହୁରି ଦର କମିବା ଆଶଙ୍କା ଦେଖାଦେଇଛି ।
ସେପଟେ ଟମାଟୋ ଅଭାବି ବିକ୍ରିର ତାଦି ଦେଖିବାକୁ ମିଳିଥିଲା ବିଧାନସଭାରେ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ହଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିଅମ ଉପରେ ଟମାଟୋ ରଖି ପ୍ରତିବାଦ କରିଥିଲେ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଥିଲେ ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ । ଏହି ପ୍ରସଙ୍ଗରେ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରସ ବିଧାୟକମାନେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ । ଗୃହ ବାରମ୍ବାର ମୁଲତବୀ ହେବା ପରେ ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ ।