ବିଜୟ ମିଶ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର :  ପ୍ରଖ୍ୟାତ ଓଡ଼ିଆ ନାଟ୍ୟକାର ତଥା ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବିଜୟ ମିଶ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ।  ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ଓଡ଼ିଶାର ଲୋକପ୍ରିୟ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ଦେହାବସାନ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଆ ସାହିତ୍ୟ ଓ ନାଟ୍ୟ ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ବିୟୋଗରେ ଓଡ଼ିଆ ନାଟ୍ୟ ଜଗତରେ ଏକ ଅପୁରଣୀୟ କ୍ଷତି ହୋଇଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।