ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ୟୁଟର୍ଣ୍ଣ, ସ୍ତମ୍ବ ଲେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ କଲେ ପ୍ରଶଂସା

ଭୁବନେଶ୍ବର:ଦଳ ଏବଂ ସଭାପତିଙ୍କୁ କଟାକ୍ଷ ପରେ ୟୁଟର୍ଣ୍ଣ ମାରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଯେଉଁ ସ୍ତମ୍ବ ଲେଖି ଦଳ ଓ ନବୀନଙ୍କୁ ଅଡୁଆରେ କାଉଥିଲେ ସେଇ ସ୍ତମ୍ବ ଲେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବିନୋବ ଭାବେଙ୍କ ସହ ତୁଳନା କରିଛନ୍ତି। କିନ୍ତୁ ଭର୍ତ୍ତୃହରିଙ୍କ ଏହି ୟୁଟର୍ଣ୍ଣ କିନ୍ତୁ ବିରୋଧୀକୁ ୟୁଟର୍ଣ୍ଣ ମାରିବାକୁ ସୁଯୋଗ ଦେଇନି। ଓଲଟି ନିଜ ଖାଲରେ ନିଜେ ପଡିଯାଇଛନ୍ତି ଭର୍ତ୍ତୃହରି।
ନିଜ ଛେପ ନିଜେ ଢୋକିଛନ୍ତି କଟକ ସାଂସଦ ।ୟୁଟର୍ଣ୍ଣ ମାରିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଯେଉଁ ସ୍ତମ୍ବ ଜରିଆାରେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଦାଣ୍ଡରେ ପକାଇ ହାଟରେ ଗଡାଇ ବିରୋଧୀକୁ ମୌକା ଯୋଗାଇଲେ ଥିଲେ । ସେହି ସ୍ତମ୍ଭରେ ଏବେ ନୀବନକୁ ଟେକିଛନ୍ତି। ନବୀନ କୁଆଡେ ବିନୋବା ଭାବେଙ୍କ ପରି ଜ୍ଞାନୀ। ଏକଦା ବିନୋବା ଭାବେ କହିଥିଲେ ଜ୍ଞାନୀ ହେଉଛି ସିଏ ଯିଏ ବର୍ତ୍ତମାନକୁ ଠିକ ଭାବେ ବୁଝେ ଓ ପରିସ୍ଥିତି ଅନୁସାରେ ଆଚରଣ କରେ । ସେ ଦୃଷ୍ଟିରୁ ରାଷ୍ଟ୍ରପ୍ରତି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଠିକ ପଦକ୍ଷେପ ନେଇଛନ୍ତି। ଯାହାବି ପାଣି ଗୋଳିଆ ହୋଇଥାନ୍ତା। ସେ ସ୍ଥିତିକୁ ଆରମ୍ଭରୁ ସଜାଡି ଦେଇଛନ୍ତି। ଯେଉଁମାନଙ୍କ ପାଖରୁ ବିରୋଧର ସ୍ବର ଉଠିଥାନ୍ତା ସେମାନେ ଏବେ ନବୀନଙ୍କ ନିଷ୍ପତିକୁ ଶତମୁଖରେ ଗ୍ରହଣ କରୁଛନ୍ତି ବୋଲି ପ୍ରଜତନ୍ତ୍ରରେ ” ଗୋଟିଏ ତୀରରେ କେତେ ଶୀକାର” ସ୍ତମ୍ବରେ ଉଲ୍ଲେଖ କରିଛନ୍ତି। ଏପଟେ ବିଜେଡି କହିଛ ଠିକ ସମୟରେ ଏହା ଆବଶ୍ୟକତା ଥିଲା।
ହେଲେ ଭର୍ତ୍ତୃହରିଙ୍କ ଏହି ସ୍ତମ୍ଭ ତାଙ୍କ ପାଇଁ କାଳ ହୋଇଛି। ମୋଦିଙ୍କ ଫୋନ ପାଇ ଯେମିତି ନବୀନ ସଙ୍ଗେ ସଙ୍ଗେ ସମର୍ଥନ କରିଦେଲେ ସେମିତି ନବୀନଙ୍କ ତାଡନାରେ ଭର୍ତ୍ତୃହରି ସିଧା ହୋଇଯାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଭର୍ତ୍ତୃହରି କିନ୍ତୁ ବିବେକ ଅନୁସାରେ ଭୋଟ ଦେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଏପଟେ ବିଜେପି କହିଛି ଦେଶର ବିକାଶ ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ବିରୋଧୀ ଏହାକୁ ସହିପାରୁ ନାହାନ୍ତି ।
ଫାଭିଓ() ତଥାଗତ ଆସି ନବୀନଙ୍କୁ ଭେଟିବା ପରେ ଏବେ ନବୀନଙ୍କୁ ପ୍ରଶଂସା କରି ସ୍ତମ୍ଭ ଲେଖି ଭର୍ତ୍ତୃହରି ନିଜ ଛେପକୁ ନିଜେ ଢ଼ୋକିଛନ୍ତି। ପ୍ରକୃତରେ ସାଂସଦମାନେ ସୁଧରିଛନ୍ତି ନା ଏକ ବଡ ଗେମ ପ୍ଲାନରେ ଅଛନ୍ତି, ଯେଉଁଥିପାଇଁ ଏ ମିଛ ପ୍ରଶଂସା ଚାଲିଛି । ତାହା ଆଗକୁ ଜଣାପଡିବ ।