ବିଜେଡିରେ ଯୋଗଦେଲେ ମୀରା

ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡା । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମୀରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମୀରା ପରିଡା ଟିକେଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଥିଲା । ଏପରିକି ମୀରା ନିଜେ ମଧ୍ୟ ବିଜେଡି ଟିକେଟରୁ ଲଢିବାକୁ ଚାହୁଁଛନ୍ତି ବୋଲି ପୂର୍ବରୁ ଗଣମାଧ୍ୟମକୁ କହିଥିଲେ । ବେଗୁନିଆ ଆସନରୁ ପ୍ରଶାନ୍ତ ଜଗଦେବ ଟିକେଟ ରେସରେ ଆଗରେ ଥିବା ବେଳେ ନୂଆ ଚେହେରା ଭାବେ ଉଭା ହୋଇଛନ୍ତି ମୀରା ପରିଡା । ଯଦି ନବୀନ ନୂଆ ଚେହେରା ଉପରେ ଭରସା କରିବେ, ତେବେ ମିରାଙ୍କୁ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଜେଡିରେ ସାମିଲ ହେବା ପରେ ନବୀନ ବେଗୁନିଆ ଆସନରେ କାହାକୁ ଟିକେଟ ଦେଉଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଛି ।