ବିଜେଡିରୁ ୬ ନେତା ହେଲେ ବିଦା

ଗୋଟିଏ ଦିନରେ ୬ ଜଣ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ୬ ଜଣ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଲମ୍ବିତ ନେତାଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଂପାଦକ ସ୍ବାକ୍ଷର ରଂଜନ ମହାନ୍ତି, ରଶ୍ମିରଂଜନ ଜେନା, ଅଶୋକ ରାଜ, ମହିଳା ଶାଖା ଉପସଭାପତି ଝରଣା ମଲ୍ଲିକ, ସଂପାଦିକା ବୀଣାପାଣି ଦାସ ଓ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ବେହେରା । ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇଦିନ ତଳେ ଅନୁଗୁଳ ଏନ୍‌ଏସ୍‌ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ନିଲମ୍ବନ କରିଥିଲେ ନବୀନ। ଗତକାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ ଜି.ଉଦୟଗିରିର ପୂର୍ବତନ ନଗରପାଳ ପି. ସଞ୍ଜିବ ପାତ୍ର ଓ ତାଙ୍କ ପତ୍ନୀମିତାରାଣୀ ପାତ୍ରଙ୍କୁ ସସ୍‌ପେଣ୍ଡ କରାଯାଇଛି ।