କନ୍ଧମାଳ: ଦିନିକିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କନ୍ଧମାଳର ଉନ୍ନତି ପାଇଁ ସରକାର ତତ୍ପର ବୋଲି ଶନିବାର ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କାଳିଆ ଯୋଜନାରୁ ଭୂମିହୀନ ଓ ଗରିବ ଚାଷୀଙ୍କୁ ସହାୟତା ମିଳୁଛି। ଆମ ସରକାର ଚାଷୀଙ୍କ ପ୍ରତି ସମର୍ପିତ। ଏହି ଯୋଜନାରେ ମିଳୁଥିବା ଅର୍ଥ ଆପଣମାନଙ୍କର। ଏହାକୁ ଚାଷବାସରେ ବିନିଯୋଗ କରି ଉନ୍ନତି କରନ୍ତୁ। ମୁଁ ସର୍ବଦା ଗରିବ ଚାଷୀ ଓ ଲୋକମାନଙ୍କ ସହ ରହିଛି। ଯେଉଁମାନେ କାଳିଆ ଯୋଜନାରୁ ଆର୍ଥିକ ସହାୟତା ପାଇ ନାହାନ୍ତି, ଏପ୍ରିଲ୍ ପହିଲା ସୁଦ୍ଧା ସେମାନଙ୍କୁ ଟଙ୍କା ମିଳିଯିବ। ମାର୍ଚ ୨୦ ତାରିଖ ପର୍ଯ୍ୟନ୍ତ ପ୍ରତିଗ୍ରାମ ପଂଚାୟତରେ ପ୍ରଦର୍ଶିତ ହେବ କାଳିଆ ଯୋଜନାର ତୃତୀୟ ପର୍ଯ୍ୟାୟ ନାମ ତାଲିକା । କନ୍ଧମାଳ କାଳିଆ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ଦେଇ କହିଛନ୍ତି କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଗରୀବ ଚାଷୀ ଓ ଗରୀବ ଲୋକଙ୍କ ସହ ମୁଁ ଅଛି । ମିଶନ ଶକ୍ତିର ମାଆ ମାନଙ୍କୁ ବିନା ସୁଧରେ ଋଣ ମିଳୁଛି । ଜଣେ ବି ଯୋଗ୍ୟ ଚାଷୀ ଯେମିତି ତାଲିକାରୁ ବାଦ୍ ପଡିବେନି ବୋଲି ମୁଖ୍ୟମନ୍ତ୍ରୀ ଆଗରୁ ସ୍ପଷ୍ଟ କରିଥିଲେ ।