ବାର୍‌ହା ଆକ୍ରମଣରେ ୩ ଗୁରୁତର

କାମାକ୍ଷାନଗର: ବିଲକୁ ଯାଇଥିବାବେଳେ ବାର୍‌ହା ଆକ୍ରମଣରେ ରବିବାର ସକାଳେ ୩ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଢ଼େଙ୍କାନାଳ ଜିଲାରେ ଘଟିଛି । ଆହତ ମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରାଯାଇଛି । ସକାଳେ କଙ୍କଡାହାଡ ଥାନା ମକୁକାଟେଣୀ ପଂଚାୟତ ଅନ୍ତର୍ଗତ ବାଘବସା ଗାଁର ନବ ପଧାନ, ଶ୍ରୀବତ୍ସ ପଧାନ ବିମଳ ପଧାନ ବିଲକୁ ଯାଇଥିଲେ । ଏହି ସମୟରେ ଗୋଟିଏ ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ସେମାନେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ ।ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।