ବାତ୍ୟା ପ୍ରଭାବରେ ୧୦ ସନ୍ଧ୍ୟାରୁ ବର୍ଷା

୧୦ ସନ୍ଧ୍ୟାରୁ ବର୍ଷା । ବାତ୍ୟା ‘ଅସାନି’ ପ୍ରଭାବରେ ୧୦ତାରିଖ ସନ୍ଧ୍ୟାରୁ ବର୍ଷା । ୧୦ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବ । ବିଶେଷ କରି ୧୧ଟି ଉପକୂଳ ଜିଲ୍ଲାରେ ପ୍ରଭାବ ଲାଗି ରହିବ । କମ୍ ପବନ ସହ ବର୍ଷା ଅଧିକ ହେବ । ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ପାରାଦୀପ, ଗୋପାଳପୁର, ଚାନ୍ଦବାଲୀ, ପୁରୀ ପାଇଁ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି ।

କିଛି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାର କିଛି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ୮ତାରିଖ ସଂଧ୍ୟାରୁ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ, ଯାହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ ।

୯ ତାରିଖ ବେଳକୁ ୧୦୫ରୁ ୧୧୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଯାହାର ଝଟକା ୧୨୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ତେବେ ବାତ୍ୟା ଉପକୂଳଠାରୁ ୧୫୦ରୁ ୨୦୦ କିଲୋମିଟର ଦୂରରେ ଗତି କରିବାର ସମ୍ଭାବନା ଥିବାରୁ ସ୍ଥଳଭାଗରୋ ପବନର ତୀବ୍ରତା ଏତେଟର ଅନୁଭୂତ ହୋଇନପାରେ । ୧୦ ତାରିଖରୁ ପବନର ବେଗ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।