ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା; ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ଼ ଖୁଲାସା । ହତ୍ୟାଘଟଣାରେ ଆସିଲା ନୂଆ ମୋଡ଼ । ଗିରଫ ହେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି । ନିରଞ୍ଜନ ସେଠି ହେଉଛନ୍ତି ଅବସରପ୍ରାପ୍ତ ଓଆଇସି ।

ସେ ଆଇ ଆଣ୍ଡ ପିଆର୍‌ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ନିରଞ୍ଜନଙ୍କ ଗିରଫ ନେଇ ଚାନ୍ଦବାଲି ଏସ୍‌ଡିପିଓଙ୍କ ସୂଚନା । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ନିଜେ ରଚିଥିଲେ ମାନସ ସ୍ୱାଇଁର ହତ୍ୟା ଷଡ଼ଯନ୍ତ୍ର ।

ଏମିତିକି ଚାନ୍ଦବାଲିରୁ ଅପହରଣ କରିବା ନେଇ ପ୍ଲାନ୍‌ ମଧ୍ୟ କରିଥିଲେ ନିରଞ୍ଜନ । ମାନସକୁ ଅପହରଣ କରିବା ପରେ ନିରଞ୍ଜନ ତାଙ୍କୁ ମାଡ଼ ବି ମାରିଥିଲେ । ଏନେଇ ଭଦ୍ରକ ଅତିରିକ୍ତ ଏସ୍‌ପି ଜତୀନ୍‌ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମରେ ମାଡ଼ ମାରିବା ସହ ହତ୍ୟା ଯୋଜନା, ଶବ ପୋତିବାରେ ମଧ୍ୟ ନିରଞ୍ଜନଙ୍କ ହାତ ଥିଲା । ମାନସଙ୍କୁ ହାତରେ ଏବଂ ଘାତକ ଅସ୍ତ୍ରରେ ମାଡ଼ ମରାଯାଇଛି । ଗୋଟିଏ ଚିପ୍ ପାଇଁ ଏସବୁ ଘଟଣା ଘଟିଥିଲା ବୋଲି କୁହାଯାଇଛି। ଚିପ୍ ଏଯାଏ ପୋଲିସ ହାତରେ ଲାଗିନି । ଭୁବନେଶ୍ୱର ଦୟାଲ ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲା ।