ବସ୍-ହାଇଓ୍ୱା ମୁହାଁମୁହିଁ; ୭ ଯାତ୍ରୀ ଗୁରୁତର

ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ। ଦର୍ଶନ ସାରି ଫେରିଲା ବେଳେ ବସ୍-ହାଇଓ୍ୱା ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଏକ ବସ୍‌ରେ ତାରାତାରିଣୀ ମନ୍ଦିର ଦର୍ଶନା ସାରି ଶ୍ରଦ୍ଧାଳୁମାନେ ତଳକୁ ପେରୁଥିବା ବେଳେ ବସ୍‌ଟି ଏକ ହାଇୱା ସହ ଧକ୍କା ହୋଇଥିଲା।ବସଟି ମନ୍ଦିର ଉପରୁ ତଳକୁ ଆସୁଥିଲା ବେଳେ ଏପେଟେ ତଳୁ ପାହାଡ଼ ଉପରକୁ ଯାଉଥିବା ହାଇୱା ସହ ପ୍ରଥମ ଗୋଲେଇରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବସ୍‌ରେ ବସିଥିବା ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ଗାଡ଼ି ଦୁଇଟିକୁ ଜବତ୍ କରିଛି।