ବଲିଉଡ୍‌ ଅଭିନେତ୍ରୀ ଲାରାଙ୍କ ମୁହଁରେ ଭୁବନେଶ୍ୱରର ପ୍ରଶଂସା

ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଭୁବନେଶ୍ୱର ଆସିଛନ୍ତି। ଜନତା ମଇଦାନରେ ଆୟୋଜିତ ମହିଳା ବ୍ୟବସାୟ ମେଳାରେ ସେ ଯୋଗ ଦେଇଛନ୍ତି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସର ସଭାପତି ପ୍ରଦୀପ ସୁରେଖା, ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସର ଅଧ୍ୟକ୍ଷ କେ.ବି ପାଣି, ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ଓ୍ବିମେନ ଏଣ୍ଟରପ୍ରିନ୍ୟୁୟରସିପ୍ର ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଉପସ୍ଥିତ ଥିଲେ।

ଲାରା କହିଛନ୍ତି, ଭୁବନେଶ୍ୱର ମୁମ୍ବାଇଠାରୁ ବହୁତ ଭଲ ଲାଗିଲା । ମୁଁ ବିମାନବନ୍ଦରରୁ ଓହ୍ଲାଇବା ପରେ ସହରକୁ ଦେଖି ଆଶ୍ଚର୍ଯ୍ୟ ହେଲି । ଏତେ ସୁନ୍ଦର ସହର, ରାସ୍ତା ଦେଖି ମୁଁ ଅତ୍ୟନ୍ତ ଖୁସି। ବିମାନବନ୍ଦରରୁ ହୋଟେଲ ମାତ୍ର ୧୫ ମିନିଟ ଲାଗିଲା।

ହୋଟେଲ ମଧ୍ୟ ବହୁତ ଭଲ। ସବୁଠାରୁ ବଡ଼ କଥା ହେଉଛି ମହିଳା ଉଦ୍ୟୋଗୀମାନେ ଖୁବ୍‌ ସୁନ୍ଦର ଭାବରେ ଦେଶର ପ୍ରଥମ ମହିଳା ବିଜନେସ ମେଳା ଆୟୋଜନ କରିବାରେ ସଫଳ ହୋଇଛନ୍ତି। ମୁଁ ସାରା ପୃଥିବୀ ବୁଲିଛି ହେଲେ ଏଭଳି ସଙ୍ଗଠିତ ଭାବେ କାର୍ଯ୍ୟକ୍ରମ କରାଯିବାର କେବେ ଦେଖିନାହିଁ। ମହିଳା ଉଦ୍ୟୋଗୀଙ୍କ ନିକଟରେ ପୁଞ୍ଜି, ଦକ୍ଷତା ଓ ପରିବାରର ସହଯୋଗ ରହିଲେ ସେମାନେ ନିଶ୍ଚିତ ଆଗକୁ ବଢ଼ିପାରିବେ।