ଆର୍. ପି. କୋଚେ ହେଲେ ନୂଆ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ବଦଳିଲେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆର୍. ପି. କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିିଳିଛି । ସ୍ପେସାଲ ଆର୍ମଡ୍‌ ଫୋର୍ସ୍‌ ଏଡିଜି ଥିବା କୋଚେଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।

ସ୍ପେସାଲ ଆର୍ମଡ୍‌ ଫୋର୍ସ୍‌ ର ଏଡିଜି ସହ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ଆର୍‌ ପି କୋଚେ । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସ ଗୃହ ବିଭାଗ ଓଏସ୍‌ଡି ଭାବେ ବଦଳି ହୋଇଛନ୍ତି ।