ବଢୁଛି ଲଘୁ ଖଣିଜ ପଦାର୍ଥ ଚୋରାକାରବାର,କମୁଛି ରାଜସ୍ବ, ୩୧୪ ତହସିଲରେ ହେବ ଡିଜିପିଏସ୍ ସର୍ଭେ –ଖଣି ମନ୍ତ୍ରୀ

ଭୁବନେଶ୍ବର:ଲଘୁ ଖଣିଜ ପଦାର୍ଥରୁ ରାଜସ୍ବ କମ ଓ ଚୋରା କାରବାର ନେଇ ଖଣି ବିଭାଗର ଉଦବେଗ । ଖଣିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଖଣି ଓ ରାଜସ୍ବ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲଘୁ ଖଣିଜ ପଦାର୍ଥରୁ ଆଶାଜନକ ରାଜସ୍ବ ଆସିପାରୁନାହିଁ । ଏବେ ବି ଅନେକ ଯାଗାରେ ଚୋରା କାରବାର ହେଉଥିବା ମାନିଛି ଖଣି ବିଭାଗ । ରାଜସ୍ବ ବୃଦ୍ଧି ଓ ଚୋରା କାରବାର ରୋକିବାକୁ ପଦକ୍ଷେପ ନିଆଯିବ । ରାଜସ୍ବ ବୃଦ୍ଧି ପାଇଁ ୩୧୪ ତହସିଲରେ ଡିଜିପିଏସ୍ ସର୍ଭେ ହେବ । ୩୧୪ଟିରୁ ୨ଟି ତହସିଲରେ ସର୍ଭେ ସରିଛି । ସେହିପରି ଚୋରା କାରବାର ରୋକିବାକୁ ସବଡିଭିଜନ୍ ସ୍ତରରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ ହେବା ସହ ଥ୍ରୀ ଆଇସିଏମ୍ଏସ୍ ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏନେଇ ଆଜି ସଚିବାଳୟରେ କଣି ଓ ରାଜସ୍ବ ବିଭାଗ ପକ୍ଷରୁ ଏକ ସମନ୍ବୟ ବୈଠକ ବସିଥିଲା । ବୈଠକରେ ଦୁଇ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।