ବଢ଼ିଲା ଜେଇଇ ମେନ୍ ପାଇଁ ଅନଲାଇନ୍ ଫର୍ମପୂରଣ ତାରିଖ

ଜେଇଇ ମେନ୍ ପାଇଁ ଅନଲାଇନ୍ ଫର୍ମପୂରଣ ତାରିଖ ବଢାଇ ଦିଆଯାଇଛି । ପିଲାଙ୍କ ଦାବିକୁ ଦୃଷ୍ଟିରେ ରଖି ଆବେଦନ ତାରିଖ ବୃଦ୍ଧି ଯାଇଛି । ଏପ୍ରିଲ ୧୮ ତାରିଖ ଆଜିଠାରୁ ଜେଇଇ ମେନ୍ ସେକ୍ସନ-୧ ପାଇଁ ଅନଲାଇନ୍ ଫର୍ମପୂରଣ ପୁଣି ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ରାତି ୯ଟା ପର୍ଯ୍ଯନ୍ତ ପିଲାମାନେ ଅନଲାଇନ ଫର୍ମପୂରଣ କରିପାରିବେ। ୨୫ ତାରିଖ ରାତି ୧୧ଟା ୫୦ ମଧ୍ୟରେ ଆବେଦନ ଫି’ ଦାଖଲ କରିବାକୁ କୁହାଯାଇଛି ।

ଜୁନ ୨୦ରୁ ୨୯ ତାରିଖ ମଧ୍ୟରେ ହେବ ଜେଇଇ ମେନ୍ ପରୀକ୍ଷା । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ୱେବସାଇଟ jeemain.nta.nic.in ରେ ଆବେଦନ କରିପାରିବେ ।