ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ

ବୃଦ୍ଧି ପାଇଲା ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ । ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସମସ୍ତ ଶ୍ରମିକଙ୍କ ମଜୁରୀ ୧୧ ଟଙ୍କା ଲେଖାଏ ବୃଦ୍ଧି ପାଇଛି । ଏହା ପିଛିଲା ଭାବେ ଏପ୍ରିଲ୍ ୧ ତାରିଖ ୨୦୨୨ରୁ ଲାଗୁ ହେବ ।

ଏହା ପୂର୍ବରୁ ୦୧ ଅକ୍ଟୋବର ୨୦୨୧ରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ପରିବର୍ତ୍ତନ କରାଯାଇଥିଲା । ପୂର୍ବରୁ ଅଣକୁଶଳୀ ଶ୍ରମିକଙ୍କୁ ୩୧୫ ଟଙ୍କା ମିଳୁଥିଲା । ଏବେ ୩୨୬ ଟଙ୍କା ମିଳିବ । ସେହିଭଳି ଅର୍ଦ୍ଧକୁଶଳୀ ଶ୍ରମିକ ୩୫୫ ଟଙ୍କା ପରିବର୍ତ୍ତେ ୩୬୬ ଟଙ୍କା ପାଇବେ । କୁଶଳୀ ଶ୍ରମିକ ପୂର୍ବରୁ ୪୦୫ ଟଙ୍କା ପାଉଥିଲେ । ଏଣିକି ସେମାନଙ୍କୁ ୪୧୬ ଟଙ୍କା ମିଳିବ । ସେହିଭଳି ଅତି କୁଶଳୀ ଶ୍ରମିକ ୪୬୫ ଟଙ୍କା ବଦଳରେ ୪୭୬ ଟଙ୍କା ପାଇବେ ।