ଫିକ୍ସିଙ୍ଗ୍ ମାମଲାରେ ଫସିଥିବା କ୍ରିକେଟର ଏସ୍ . ଶ୍ରୀଶାନ୍ତଙ୍କ ଉପରୁ ହଟିଲା ବ୍ୟାନ୍

ନୂଆଦିଲ୍ଲୀ: କ୍ରିକେଟର ଏସ୍ .ଶ୍ରୀଶାନ୍ତଙ୍କ ଉପରେ ଆଇପିଏଲ୍ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଲାଗିଥିବା ଆଜୀବନ ପ୍ରତିବନ୍ଧକୁ ହଟାଇ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ କହିବାନୁସାର ବିସିସିଆଇ ପାଖରେ ଅନୁଶାସନାତ୍ମକ କାର୍ଯ୍ୟକାରିତା କରିବାର ଅଧିକାର ରହିଛି । କୋର୍ଟ ତରଫରୁ ବିସିସିଆଇରେ ଶ୍ରୀଶାନ୍ତଙ୍କ ଉପରେ ଶୁଣାଣୀ କରିବା ପାଇଁ ମଉକା ଦେବା ଏବଂ ୩ ମାସ ଭିତରେ ଏଥିପାଇଁ ଦଣ୍ଡ ଦେବାକୁ ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ତରଫରୁ କୁହାଯାଇଛି ଯେ ବିସିସିଆଇ ଶ୍ରୀଶାନ୍ତଙ୍କ ଉପରେ ଲଗାଇଥିବା ଆଜୀବନ ପ୍ରତିବନ୍ଧ ଉପରେ ପୁନଃ ବିଚାର କରନ୍ତୁ ଏବଂ ୩ ମାସ ଭିତରେ ଏହାର ଉତ୍ତର ଦିଅନ୍ତୁ । କୋର୍ଟ ତରଫରୁ କୁହାଯାଇଛି ଯେ ବିସିସିଆଇ ଶ୍ରୀଶାନ୍ତଙ୍କ ପକ୍ଷ ମଧ୍ୟ ଶୁଣନ୍ତୁ । ସୁପ୍ରିମକୋର୍ଟଙ୍କ ମତରେ ଲାଇଫଟାଇମ୍ ବ୍ୟାନ୍ ଅଧିକ ଦଣ୍ଡ ହେଉଛି । ତେବେ , ବିସିସିଆଇ ଶ୍ରୀଶାନ୍ତଙ୍କ ଉପରେ ଆଇପିଏଲ୍ – ୨୦୧୩ ମସିହାରେ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଦୋଷୀ ମାନି ଆଜୀବନ ପ୍ରତିବନ୍ଧ ଲଗାଇଥିଲେ । ଏହାର ବିପକ୍ଷରେ ଶ୍ରୀଶାନ୍ତଙ୍କ ସୁପ୍ରିମକୋର୍ଟରେ କେସ୍ କରିଥିଲେ । ଏହା ପୂର୍ବରୁ ବିସିସିଆଇ ତରଫରୁ କୋର୍ଟରେ ଶ୍ରୀଶାନ୍ତଙ୍କ ଉପରେ ଭ୍ରଷ୍ଟାଚାର,ସଟ୍ଟାବାଜୀ ଏବଂ କ୍ରିକେଟକୁ ଅପମାନ କରିଥିବା ଅଭିଯୋଗ ଲଗାଯାଇଥିଲା । ଶ୍ରୀଶାନ୍ତଙ୍କ ,ଅଙ୍କିତ ଚୌହାନ୍ , ଅଜିତ୍ ଚନ୍ଦିଲାଙ୍କ ସହ ସ୍ପଟ୍ ଫିକ୍ସିଙ୍ଗ୍ ମାମଲାରେ ଅନ୍ୟ ୩୬ ଜଣ ଅଭିଯୁକ୍ତଙ୍କୁ ୨୦୧୫ ଜୁଲାଇ ମାସରେ ପଟିୟାଲା ହାଉସ୍ କୋର୍ଟ ଅପରାଧି ମାମଲାରୁ ମୁକ୍ତ କରିଥିଲେ ।