ଫନି ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଲେଖାଏଁ ସହାୟତା ରାଶି

ପୁରୀ: ଫନି ପୁରୀ ଜିଲ୍ଲାକୁ ଧ୍ୱଂସବିଧ୍ୱଂସ କରିଦେଇଛି । ପୁରୀର ମୃତକଙ୍କ ପରିବାର ପାଇଁ ଆଜି ରାଜ୍ୟସରକାରଙ୍କ ପକ୍ଷରୁ ତହସିଲଦାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।

ଓଡ଼ିଶାରେ ଫନି ତାଣ୍ଡବ ରଚିଛି । ପୁରୀକୁ ଛାରଖାର କରିଦେଇଛି ବାତ୍ୟା ଫନି । ପୁରୀର ୯ଟି ବ୍ଲକର ୨୫ଟି ମୃତକଙ୍କ ପରିବାର ସହାୟତା ରାଶି ପାଇବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ତହସିଲଦାରଙ୍କୁ ପୁରୀ ଜିଲ୍ଲାର ମୃତକଙ୍କ ପରିବାରକୁ ରାଶି ପ୍ରଦାନ ପାଇଁ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି । ବାତ୍ୟା ଫନି ମୃତକଙ୍କ ପରିବାରକୁ ଚାରିଲକ୍ଷ ଟଙ୍କା ଲେଖାଏଁ  ସହାୟତା ମିଳିବ ।

ଉଲ୍ଲେଖଯୋଗ୍ୟ ଯେ ,ବାତ୍ୟା ଫନି ତାଣ୍ଡବରେ ସରକାରୀ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଥିବା ବେଳେ ପୁରୀରେ ସର୍ବାଧିକ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।