ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣା; ସତ ମାନିଲେ ଅଭିଯୁକ୍ତ ନିରଞ୍ଜନ ସେଠୀ

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଶର୍ମିଷ୍ଠାଙ୍କ ପରେ ଏବେ ହତ୍ୟା ମାମଲାରେ ସତ ମାନିଛନ୍ତି ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ । ମାମଲାର ତଦନ୍ତରେ ସହଯୋଗ କରୁଥିବା ଓ ସତ ମାନିଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ମାନସ ହତ୍ୟା ଘଟଣାରେ ନିଜ ସମ୍ପୃକ୍ତି ନେଇ ସ୍ପଷ୍ଟ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ନିରଞ୍ଜନ ସେଠୀ । ଜେରା ପାଇଁ ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ କ୍ରାଇମବ୍ରାଞ୍ଚର ୫ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ଏହି ସମୟ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ନିରଞ୍ଜନ ପ୍ରକୃତ ସତ ଓଗାଳିଛନ୍ତି । ଜେରା ବେଳେ ନିରଞ୍ଜନ ଦୟାଲ ଆଶ୍ରମ ଏବଂ ସମ୍ପୂର୍ଣ୍ଣ ଅପିସକୁ ରିତିମତ ଯାଉଥିବା କଥା ସ୍ୱୀକାର କରିଛନ୍ତି । ଗତ ଫେବୃୟାରୀ ୭ ତାରିଖ ଦିନ ନିରଞ୍ଜନ ଅଫିସକୁ ଆସିବା ସହିତ ଆଶ୍ରମରୁ ମାନସଙ୍କୁ ମଧ୍ୟ ଅଫିସକୁ ଅଣାଯାଇଥିଲା । ତେବେ ମାନସଭ୍କୁ କାଳିଆପାଣି ନେବା ପାଇଁ ନିରଞ୍ଜନ ଗାଡିର ବ୍ୟବସ୍ଥା କରିଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହାପରେ ଆସନ୍ତାକାଲି ଏହି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ।

ସେପଟେ ଶର୍ମିଷ୍ଠାଙ୍କ ଫ୍ଲାଟ ଫାଙ୍କା ହୋଇଯାଇଥିବା ସୂଚନା ମିଳିଛି । ଭୁବନେଶ୍ୱର ସ୍କାଏ ଟାୱାର ଫ୍ଲାଟରୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ସହ ସମସ୍ତ ଆସବାବପତ୍ର ଶର୍ମିଷ୍ଠାଙ୍କ ନଣନ୍ଦ ଗାଏବ କରି ଦେଇଥିବା କୁହାଯାଇଛି । ତେବେ ଅନ୍ୟ ଅନ୍ତେବାସୀମାନେ ମହିଳାଙ୍କୁ ବିରୋଧ କରି ଅଟକାଇବା ସହ ଏକ ଅଣ୍ଡରଟେକିଂ ଲେଖାଇଛନ୍ତି ।