ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ମୁମ୍ବାଇ ଜାତୀୟ ଅନୁସନ୍ଧାନ ଏଜେନ୍ସିକୁ ଏନେଇ ଏକ ମେଲ ଆସିଛି । ତେବେ ଏହି ମେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦ ଜଣ ସ୍ଲିପର ସେଲ ହତ୍ୟା କରିବା ପାଇଁ ପ୍ରସ୍ତୁତ ଥିବା କୁହାଯାଇଛି । ଏଥିପାଇଁ ୨୦ କେଜି ଆରଡିଏକ୍ସ ପ୍ରସ୍ତୁତ ରହିଥିବା ଏହି ମେଲରେ ଲେଖାଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଲାଗି ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଥିବା ଏଥିଲେ ଲେଖା ଯାଇଛି । ତେବେ ଏହା ଏକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି ବୋଲି ଜଣାପଡିଛି । ଏପଟେ ମେଲ ପାଇବା ପରେ ଏନଆଇଏ ପକ୍ଷରୁ ଖୋଲତାଡ ଆରମ୍ଭ ହୋଇଛି ।