ପ୍ରତ୍ୟେକ ବର୍ଷ ଦୁନିଆ ଅତି କମରେ ୫୬୦ ବିପର୍ଯ୍ୟୟକୁ ସାମ୍ନା କରିବ

ଜଳବାୟୁର ଦ୍ରୁତ ପରିବର୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ବଢ଼ିବାରେ ଲାଗିଛି । ୟୁଏନ ନିକଟରେ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ବର୍ତମାନ ପରିସ୍ଥିତି ଯଦି ନ ସୁଧୁରେ ତାହାହେଲେ ୨୦୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଦୁନିଆ ଅତି କମରେ ୫୬୦ ବିପର୍ଯ୍ୟୟକୁ ସାମ୍ନା କରିବ । ୨୦୧୫ଠାରୁ ଏ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏହାର ସଂଖ୍ୟା ୪୦୦ ରହୁଥିଲା ।

ୟୁନାଇଟେଡ ନେଶନ୍ସ ଅଫିସ ଫର ଡିଜାଷ୍ଟର ରିସ୍କ ରିଡକସନର ରିପୋର୍ଟରେ ୧୯୭୦ରୁ ୨୦୦୦ ପର୍ଯ୍ୟନ୍ତ ଏହାର ସଂଖ୍ୟା ୯୦ରୁ ୧୦୦ ଥିଲା । ମରୁଡି, ଦୁର୍ଭିକ୍ଷ ଓ ଲୁ ଆଗକୁ ବେଶୀ ଅସୁବିଧା ସୃଷ୍ଟି କରିବ । ଯାହାକୁ ସାମ୍ନା କରିବା ଆମ ପାଇଁ କଷ୍ଟକର ହୋଇ ପଡିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ଗରୀବ ଦେଶଗୁଡିକର ଲୋକମାନଙ୍କ ଏହାର ପ୍ରଭାବ ଅଧିକ ପଡିବ । ରୁଷିଆ-ୟୁକ୍ରେନ ପରି ଯୁଦ୍ଧ ହେଲେ ସ୍ଥିତି ଆହୁରି ଭୟଙ୍କର ହେବ । ଏବେଠାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରବାକୁ ପଡିବ । ପରିବେଶ ସୁରକ୍ଷିତ ନ ରହିଲେ ଆମେ ବି ବଂଚିପାରିବା ନାହିଁ ବୋଲି ଗବେଷଣା କରୁଥିବା ଜଣେ ବୈଜ୍ଞାନିକ କହିଛନ୍ତି ।