ପୋଲାଭରମ ପ୍ରସଂଗ : ପ୍ରକଳ୍ପକୁ ବିରୋଧକରି କେନ୍ଦ୍ର ବିରୋଧରେ ଓଡିଶାର ସହଯୋଗ ଲୋଡିଲା ତେଲେଙ୍ଗାନା

ଭୁବନେଶ୍ବର : ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଓଡିଶାର ସହାୟତା ଲୋଡିଲେ ତେଲେଙ୍ଗାନା ସରକାର । ଏନେଇ ତେଲେଙ୍ଗାନା ସରକାରଙ୍କର ସ୍ବତନ୍ତ୍ର ପ୍ରତିନିଧି ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତେଲେଙ୍ଗାନାର ସ୍ବତନ୍ତ୍ର ପ୍ରତିନିଧି ଟି. ରାମଚନ୍ଦ୍ରୁ କହିଛନ୍ତି ପୋଲାଭରମ ପ୍ରକଳ୍ପରେ ଓଡିଶା ପରି ତେଲେଙ୍ଗାନାର କ୍ଷତି ହେଉଛି । ଏନେଇ ପ୍ରକଳ୍ପ ଯୋଗୁଁ ତେଲେଙ୍ଗାନାର କ୍ଷୟକ୍ଷତି ନେଇ ଆଲୋଚନା ହେଲା ହୋିଛି । ପ୍ରକଳ୍ପ ହେଲେ ଓଡିଶା ଭଳି ତେଲେଙ୍ଗାନାରେ ମଧ୍ୟ ଲୋକେ ବିସ୍ଥାପିତ ହେବେ । ଓଡିଶା ସରକାର ସୁପ୍ରିମକୋର୍ଟକୁ ଯାଇଛନ୍ତି । ଓଡିଶା ସରକାରଙ୍କ ପରି ତେଲେଙ୍ଗେନା ପକ୍ଷଭୁତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ତେଲେଙ୍ଗାନା ମଧ୍ୟ କୋର୍ଟକୁ ଯିବାକୁ ଚିନ୍ତା କରୁଛି । ଏହି ପରକଳ୍ପର ଡିଜାଇନ ପରିବର୍ତ୍ତନ କରିବାକୁ ଆମେ ଦାବି କରୁଛୁ । ଏହା ନହେଲେ ତେଲେଙ୍ଗାନାର କଣ୍ଡାରେଡି ସମ୍ପ୍ରଦାୟର ୨ ଲକ୍ଷ ଆଦିବାସୀ ପ୍ରଭାବିତ ହେବେ ।ଆମେ ପ୍ରକଳ୍ପକୁ ବିରୋଧ କରୁନୁ, କିନ୍ତୁ ପ୍ରକଳ୍ପରେ କିଛି ପରିବର୍ତ୍ତନ ଚାହୁଁଛୁ । ପ୍ରକଳ୍ପରେ ୩ଟି ବ୍ୟାରେଜ କରାଯାଉ । ରାଜ୍ୟସଭାରେ ଆଦିବାସୀ ବ୍ୟପାର ମନ୍ତ୍ରୀ କଣ ଉତ୍ତର ରଖିଲେ ଆମେ ଜାଣିନୁ । କିନ୍ତୁ ପ୍ରକଳ୍ପ ହେଲେ ତେଲେଙ୍ଗାନା କ୍ଷତିଗ୍ରସ୍ତ ହେବ । ତେଣୁ ଏହାର ଡିଜାଇନର ପରିବତ୍ତନ ହେବା ଦରକାର ବୋଲି ସେ କହିଛନ୍ତି । ଅନ୍ୟପଟେ ଏହାକୁ ନେଇ ଶାଶକ ଦଳର କହିବା କଥା ଓଡିଶା ପୂର୍ବରୁ ପୋଲାଭରମ ପ୍ରଖଲ୍ପକୁ ବିରୋଧକରି ଏହାର ଉଚ୍ଚତା କମ କରିବାକୁ ଦାବି କରି ସୁପ୍ରିମକୋର୍ଟକୁ ଯାଇଛି । ଏବେ ତେଲେଙ୍ଗାନା ସମାନ ଦାବି କରିବା ଓ ଓଡିଶା ସହ ମିଶି ଆଗକୁ ବଢିବା ଦ୍ବାରା ଓଡିଶାର ଶକ୍ତି ବଢିବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।