ଶ୍ରୀନଗର: ଗୁରୁବାର ରାତିରେ ଦକ୍ଷିଣ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଅବନ୍ତୀପୋରା ଅଞ୍ଚଳର ଗୁଲ୍ଜାର୍ପୋରା ଠାରେ ଜଣେ ସ୍ଥାନୀୟ ଲୋକକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଅପହରଣ କରିନେବା ପରେ ଗୁଳିମାରି ହତ୍ୟା କରିଛନ୍ତି। ଡୋଗ୍ରିପୋରା ଗାଁ’ର ମଞ୍ଜୁର ଅହମଦ୍ ଲୋନ୍ ନାମକ ସେ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ବଳପୂର୍ବକ ଉଠାଇ ନେଇ ଗୁଳିମାରି ହତ୍ୟା କରିଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଥିବା କଥା ସେ କହିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରେ ସାଧାରଣ ନାଗରିକଙ୍କ ଉପରେ ଏହାଥିଲା ତୃତୀୟ ଆକ୍ରମଣ। ଖବର ଅନୁସାରେ, ଗୁଲ୍ଜାର୍ପୋରାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରୁ ମୃତ ଲୋନ୍ଙ୍କ ଶବ ମିଳିଥିଲା। ପୁଲିସ କହିବା ଅନୁସାରେ, ତାଙ୍କ ଦେହରେ ମାରାତ୍ମକ ଗୁଳି ଚୋଟ ଲାଗିବାରୁ ତତ୍କ୍ଷଣାତ୍ ତାଙ୍କର ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରାଯାଇଛି।
ଗୁରୁବାର ଦିନ ଅନନ୍ତନାଗ ଜିଲ୍ଲାର ବିଜ୍ବେହାରା ଅଞ୍ଚଳରେ ନେସ୍ନାଲ୍ କନ୍ଫରେନ୍ସ୍ର ଜଣେ କର୍ମୀଙ୍କୁ ଗୁଳି ମରାଯିବାରୁ ସେ ଆହତ ହୋଇଥିଲେ।