ପୁରୁଷ ହକି ଓ୍ବାର୍ଲ୍ଡ କପ୍ ୨୦୨୩ର ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

୨୦୨୩ରେ ଓଡ଼ିଶାରେ ହେବ ହକି ଓ୍ବାର୍ଲ୍ଡ କପ୍ । ଏଥିପାଇଁ ପୁରୁଷ ହକି ଓ୍ବାର୍ଲ୍ଡ କପ୍ ୨୦୨୩ ର ଲୋଗୋ ଉନ୍ମୋଚିତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୩ ଜାନୁଆରୀ ୧୩ରୁ ୨୯ଯାଏଁ ଖେଳାଯିବ ଓ୍ବାର୍ଲ୍ଡ କପ୍। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ ।

ତେଣୁ ଗୁରୁବାର FIH ପ୍ରୋ-ଲିଗ୍‌ର ଭାରତ-ଜର୍ମାନୀ ମ୍ୟାଚ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଲୋଗୋର ଉନ୍ମୋଚନ କରିଛନ୍ତି ।

ସୂଚନା ଥାଉ କି, ଓଡିଶାରେ ଦ୍ୱିତୀୟ ଥର ପାଇଁ ହକି ଓ୍ବାର୍ଲ୍ଡ କପ୍ ଆୟୋଜିତ ହେଉଛି । ପୂର୍ବରୁ ୨୦୧୮ ମସିହାରେ ଓଡିଶାରେ ଓ୍ବାର୍ଲ୍ଡ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା ।