ପୁଣି ବିଜେପି ନେତା ତେଜିନ୍ଦରଙ୍କ ବିରୋଧରେ ଜାରି ହେଲା ଗିରଫ ୱାରେଂଟ

ବିଜେପି ନେତା ତେଜିନ୍ଦର ପାଲ ବାଗାଙ୍କୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଶୁକ୍ରବାର ଦିଲ୍ଲୀ ବାସଭବନରୁ ପଞ୍ଜାବ ପୋଲିସ ଗିରଫ କରିବା ପରଠାରୁ ଏହି ବିବାଦ ଜୋର ଧରିଛି । ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପୋଲିସ ଏହି ଘଟଣା ନେଇ ମୁହାଁମୁହିଁ ହୋଇଥିଲେ । ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ହରିୟାଣାରୁ ଆଣିଥିଲା ।

ଏବେ ଶନିବାର ପଞ୍ଜାବର ମୋହାଲୀ କୋର୍ଟ ବାଗାଙ୍କ ବିରୋଧରେ ପୁନର୍ବାର ଗିରଫ ୱାରେଂଟ ଜାରୀ କରିଛି । ଜୁଡିସିଆଏଲ ମାଜିଷ୍ଟ୍ରେଟ ଇନ୍ଦ୍ରଜିତ ସିଂ ସାଇବର କ୍ରାଇମ ଥାନାକୁ ବାଗାଙ୍କୁ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବାଗାଙ୍କୁ ନେଇ ବିଜେପି ଏବଂ ଆମ ଆଦମୀ ପାର୍ଟି ମୁହାଁ ମୁହିଁ ହୋଇଛନ୍ତି । ଆପ ପ୍ରତିଶୋଧ ମୂଳକ ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ ଆଣିଛି । ବାଗା ଗିରଫ ହେବା ପରେ ବିଜେପି କର୍ମୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିଥିଲେ ।