ପୁଣି ଚେନ୍ନାଇ ସୁପର କିଙ୍ଗସ ମଙ୍ଗ ଧରିବେ ଧୋନି

ପୁଣି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି। ଆଇପିଏଲ ମଝିରେ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର। କ୍ରିକେଟର ରବିନ୍ଦ୍ର ଜାଦେଜା ଏକ ବଡ ନିଷ୍ପତ୍ତି ନେଇ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଛାଡିଥିବା ବେଳେ ଧୋନିଙ୍କୁ ଅଧିନାୟକ ପଦକୁ ଫେରିବା ପାଇଁ ନିବେଦନ କରିଥିଲେ। ଏବେ ଧୋନି ଜାଦେଜାଙ୍କ ଆବେଦନକୁ ଗ୍ରହଣ ସିଏସକେର ଅଧିନାୟକତ୍ୱ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଧୋନି ନିଜେ ସିଏସକେର ଅଧିନାୟକ ପଦରୁ ଓହରିବା ସହ ଜାଦେଜାଙ୍କୁ ଦାୟିତ୍ୱ ମିଳିଥିଲେ। କିନ୍ତୁ ଜାଦେଜାଙ୍କ ନେତୃତ୍ୱରେ ଚଳିତ ଆଇପିଏଲରେ ସିଏସକେ ଭଲ ପ୍ରଦର୍ଶନ କରିପାରି ନଥିଲା । କେବଳ ଏତିକି ନୁହେଁ ଜାଦେଜାଙ୍କ ବ୍ୟାଟିଂ ମଧ୍ୟ ବହୁତ ପ୍ରଭାବିତ ହୋଇଥିବା ଦେଖାଯାଇଥିଲା। ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଜାଦେଜା ଅଧିନାୟକ ପଦରୁ ଓହରିବା ପାଇଁ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଜାଦେଜାଙ୍କ ପଏଣ୍ଟ ଗ୍ରହଣ କରି ଦଳର ସ୍ୱାର୍ଥରେ ଧୋନି ସିଏସକେର ଅଧିନାୟକତ୍ୱକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ ଶନିବାର ଏକ ବିବୃତିରେ ଜାରି କରି ଏହି ସୂଚନା ଦେଇଛି। ସିଏସକେ ନିଜ ବିବୃତିରେ କହିଛି, ରବିନ୍ଦ୍ର ଜାଦେଜା ତାଙ୍କ ଖେଳ ଉପରେ ଧ୍ୟାନ ଦେବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱ ଗ୍ରହଣ କରିବାକୁ ଏମଏସ ଧୋନିଙ୍କୁ ନିବେଦନ କରିଥିଲେ। ଦଳର ସ୍ୱାର୍ଥରେ ଏମଏସ ଧୋନି ଏହି ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ନିଜେ ଅଧିନାୟକତ୍ୱ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।