ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯଶୈଳୀକୁ ପ୍ରଶଂସା; ରାଜ୍ୟରେ ହ୍ରାସ ପାଉଛି ବେକାରୀଙ୍କ ସଂଖ୍ୟା

ରାଜ୍ୟରେ ହ୍ରାସ ପାଉଛି ବେକାରୀଙ୍କ ସଂଖ୍ୟା। ସମଗ୍ର ଦେଶରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯଶୈଳୀକୁ ପ୍ରଶଂସା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ସର୍ବଭାରତୀୟ ସ୍ତରରେ ଫେବ୍ରୁଆରୀ ମାସରେ ବେକାରୀ ହାର ୭.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର ୧ ପ୍ରତିଶତ ରହିଛି।

 

ସମଗ୍ର ଦେଶରେ ଓଡ଼ିଶା ବେକାରୀ ହାର ହ୍ରାସରେ ଶୀର୍ଷରେ ରହିଛି। ୨୦୨୨ ଜାନୁଆରୀରେ ଓଡ଼ିଶାର ବେକାରୀ ହାର ୧.୮ ପ୍ରତିଶତ ରହିଥିବା ବେଳେ ଫେବ୍ରୁଆରୀରେ ୦.୮ ପ୍ରତିଶତ ହ୍ରାସ୍ ପାଇଛି ।

ଫେବ୍ରୁଆରୀ ମାସ ତଥ୍ୟ ଅନୁଯାୟୀ, ରାଜସ୍ଥାନରେ ବେକାରୀ ହାର ସମଗ୍ର ଦେଶରେ ସର୍ବାଧିକ । ରାଜସ୍ଥାନରେ ବେକାରୀ ହାର ୩୨.୩ ପ୍ରତିଶତ ରହିଥିବା ବେଳେ ତା ତଳକୁ ରହିଛି ବିଜେପି ଶାସିତ ହରିୟାଣା । ହରିୟାଣାରେ ୩୧ ପ୍ରତିଶତ, ଝାଡ଼ଖଣ୍ଡରେ ୧୫ ପ୍ରତିଶତ, ବିହାରରେ ୧୪ ପ୍ରତିଶତ, ଗୋଆରେ ୧୨ ପ୍ରତିଶତ, ଆସାମରେ ୧୦.୨ ପ୍ରତିଶତ ରହିଛି ।