ପୁଣିଥରେ ପ୍ରଶଂସା ସାଉଁଟୁଲେ ନବୀନ

ଦିନକୁ ଦିନ ଆହୁରି ବୃଦ୍ଧି ପାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ୨୪ ବର୍ଷ ଧରି କ୍ଷମତାରେ ଥିଲେ ବି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ମଳିନ ପଡିନି । ପୂର୍ବାପେକ୍ଷା ବଢିଛି ଅଧିକ ଆଦର ଓ ସାଉଁଟୁଛନ୍ତି ପ୍ରଶଂସା । ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟରେ କାର୍ଡ ଏହାକୁ ପୁଣିଥରେ ପ୍ରମାଣିତ କରିଛି ।

ଗତ ବର୍ଷ ସ୍କଚ୍ ରିପୋର୍ଟ କାର୍ଡରେ ନବୀନ ୮ ନମ୍ବର ସ୍ଥାନରେ ଥିବା ବେଳେ ବର୍ଷକ ଭିତରେ ନବୀନଙ୍କ ପ୍ରଦର୍ଶନ ୩ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ରାଜ୍ୟର ପ୍ରଦର୍ଶନକୁ ନେଇ ବିରୋଧୀ ଯେତେ ଅଭିଯୋଗ କଲେ ବି ଦକ୍ଷତା ଭିତ୍ତିକ ରିପୋର୍ଟ କାର୍ଡ ସତ ବଖାଣିଛି । ଗତ ବର୍ଷ ସ୍କଚ୍ ପ୍ରଶାସନିକ ରିପୋର୍ଟ କାର୍ଡରେ ଓଡିଶା ମୁଖ୍ୟମନ୍ତ୍ରୀ ୮ ନମ୍ବର ସ୍ଥାନରେ ଥିଲେ ବି ବର୍ଷକ ଭିତରେ ତିନି ନମ୍ବର ସ୍ଥାନକୁ ଲମ୍ଫ ଦେଇଛନ୍ତି । ନିକଟରେ ଜଗନ ଓ ମମତା ନିର୍ବାଚନ ଜିତିଥିବାରୁ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକ ନମ୍ବର ଓ ଦୁଇ ନମ୍ବର ସ୍ଥାନରେ ଅଛନ୍ତି । କିନ୍ତୁ କ୍ରମାଗତ ଭାବେ ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନିଜ ଲୋକପ୍ରିୟତାକୁ ବଜାୟ ରଖିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ ।

ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଉଛି କୌଣସି ଗୋଟିଏ ହେଲେ ବିଜେପି ଶାସିତ ରାଜ୍ୟ ଶ୍ରେଷ୍ଠ ତିନି ମୁଖ୍ୟମନ୍ତ୍ରୀଙ୍କ ଭିତରେ ନାହାଁନ୍ତି । ଏପିରିକି ଗୁଜୁରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଗତ ବର୍ଷକ ମଧ୍ୟରେ ନିଜର ଲୋକପ୍ରିୟତା ଦ୍ରୁତ ଭାବେ ହରାଇଛନ୍ତି । ଗତ ୨୦୨୦ ସର୍ଭେରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦୁଇ ନମ୍ବରରୁ ୪ ନମ୍ବର ସ୍ଥାନକୁ ଖସିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ମଧ୍ୟ ୬ ନମ୍ବରରୁ ୭ ନମ୍ବର ସ୍ଥାନକୁ ହ୍ରାସ ପାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପ୍ରଶାସନିକ ଦକ୍ଷତା ଓ ଲୋକପ୍ରିୟତା ମଧ୍ୟ ୫ ନମ୍ବରରୁ ୮ ନମ୍ବରକୁ ହ୍ରାସ ପାଇଛି । ସେପଟେ ଅଣ ବିଜେପି ଶାସିତ ରାଜ୍ୟ ମଧ୍ୟରେ ଓଡିଶାର ପ୍ରଦର୍ଶନ ଆଖିଦୃଶିଆ ହୋଇଥିବା ବେଳେ ମହାରାଷ୍ଠ୍ର, ତେଲେଙ୍ଗନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପୂର୍ବ ଅପେକ୍ଷା ବଢିଛି । ମମତା ବାନାର୍ଜୀ ତିନି ନମ୍ବରରୁ ଦୁଇ ନମ୍ବରକୁ ଉଠିଥିବା ବେଳେ ଉଦ୍ଧବ ଠାକରେ ୭ରୁ ୫ ଓ କେ.ଚନ୍ଦ୍ରଶେଖର ରାଓ ୯ରୁ ୬ ନମ୍ବରକୁ ଉନ୍ନିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ ହୋଇଛି ।