ପିସି ରୋକିବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ବର: ପିସି କାରବାର ରୋକିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପିସି ନେଉଥିବା ଅଧିକାରୀଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କର। ଏପରିକି ରାଜନେତାଙ୍କ ବିରୋଧରେ ଅଭିଯୋଗ ଆସିଲେ ବି ଏତଲା ଦିଅ। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ପିସି କାରବାର ହେଉଥିବା ଅଭିଯୋଗ ଆସିଛି । ତେଣୁ ଏହାକୂ ରୋକିବା ଲାଗି ଟୋଲ ଫ୍ରି ନମ୍ବର ଜାରି କରିଯିବ। ଏପରିକି ହିତାଧିକାରୀ ନାମ ମଧ୍ୟ ପଞ୍ଚାୟତ ଅଫିସରେ ଝୁଲାଯିବ। ଏମିତି ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ ପରେ ବି ବନ୍ଦ ହେଉନି ପିସି କାରବାର। ଯାହାକୁ ନେଇ ବିରୋଧୀ ସରାକରଙ୍କୁ ଘେରୁଛନ୍ତି । ସରାକରଙ୍କ ଚାଲ ଚରିତ୍ର, ଚେହେରା, ଚିନ୍ତନ ବଦଳିଗଲାଣି ବୋଲି ବିଜେପି ଅଭିଯୋଗ କରିଥିବାବେଳେ କଂଗ୍ରେସ କହିଛନ୍ତି ଏହା କେବଳ ଫାର୍ସ। ପୂର୍ବରୁ ବିଧାୟକ ପ୍ରମାଣ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କଂଗ୍ରେସ କହିଛି ପିସି କାରାବାର ଏ ସରକାରର ବ୍ୟାଧି ହୋଇଯାଇଛି। ଏପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ପିସିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଆକଣ୍ଠ ପିସି ରେ ବୁଡିଛନ୍ତି । ଦବେଇକି ପସି ନେଉଛନ୍ତି । ବ୍ଲକ ଠୁ ଆରମ୍ଭ କରି ସବୁଠି ପିସି ଚାଲିଛି । ବିଜେଡି ବିଜେପିର ହାତ ଛାଡିବା ଦିନଠାରୁ ସରକାରର ଚାଲ ଚରିତ୍ର, ଚେହେରା, ଚିନ୍ତନ ବଦଳିଗଲାଣି। ଫିକ୍ସିଂ କରି ପିସି କାରବାର ଚାଲିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଯାହାର ଜବାବ ରଖିଛି ବିଜେଡି କହିଛି ପିସି ରୋକିବାକୁ ସରକାର ସବୁ ପଦକ୍ଷେପ ନେଉଛନ୍ତି । କକ
ପିସି କାରବାର ହିଁ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଡୁଆରେ ପକାଇଥିବା ଦଳ ଅନୁଭବ କରୁଛି। ଯେଉଁଥିପାଇଁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି।ଆଉ ଏଆଉ