ପରଦା ପଛରେ ମାନସ ମଙ୍ଗରାଜ ପରଦାରେ ସୁବ୍ରତ ବାଗଚୀଙ୍କୁ ନେଇ ଚର୍ଚ୍ଚା

ସରକାରଙ୍କ କରୋନା ମୁକାବିଲା ସଂପର୍କୀତ ମିଡିଆ ଟିମ୍‌କୁ ସାବାସି

ଭୁବନେଶ୍ୱର : ସାରା ବିଶ୍ୱରେ ଏବେ କୋରନା ଆତଙ୍କ । ଆମ ଦେଶ ଓ ରାଜ୍ୟରେ ବି କରୋନା ଭୟ କିଛି କମ ନାହିଁ । ସାରା ଦେଶ ଲକଡାଉନ ହୋଇଛି । ଏଭଳି ସ୍ଥିତିରେ ଲୋକଙ୍କ ମନବଳ ବଢାଇବା ଓ ରାଜ୍ୟବାସୀଙ୍କ ପାଖରେ ସଠିକ ସୂଚନା ପହଁଚାଇବା ଯଥେଷ୍ଟ ଗୁରୁତ୍ୱ ରଖୁଛି ।

ରାଜ୍ୟ ସରକାରଙ୍କ କୋଭିଡ- ୧୯ ମୁକାବିଲା ସୂଚନା ଲୋକଙ୍କ ପାଖରେ ପହଁଚାଇବାକୁ ସୁବ୍ରତ ବାଗଚୀଙ୍କୁ ସରକାରଙ୍କ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି । ଶ୍ରୀଯୁକ୍ତ ବାଗଚୀ ମଧ୍ୟ ଅତି ପ୍ରଭାବି ଢଙ୍ଗରେ ଲୋକେ ବୁଝିବା ଭଳି ସରଳ ଭାବରେ ଅତି ଦୃଢତାର ସହ ପ୍ରସଙ୍ଗ ଉପସ୍ଥାପନ କରୁଛନ୍ତି । ତେବେ ଲୋକଙ୍କ ପାଖରେ କୋରନା ସଂପର୍କୀତ ଖବର କିପରି ପହଁଚିବ ସେଥିପାଇଁ ଏକ ଟିମ କାମ କରୁଛି । ଏହି ଟିମରେ ଆଗରେ ରହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ । ସରକାରଙ୍କ ଟିମ ହିଁ ବିଭିନ୍ନ ଡାଟାକୁ ବିଶ୍ଳେଷଣ କରନ୍ତି । କଣ ସୂଚନା ଦିଅଯିବ ସେନେଇ ସ୍ଥିର ହୁଏ । ଆଉ ଏହି ସୂଚନା କିପରିି ଲୋକଙ୍କ ପାଖରେ ପ୍ରଭାବି ଢଙ୍ଗରେ ପହଁଚିବ ସେନେଇ ମାନସ ମଙ୍ଗରାଜ ହିଁ ତର୍ଜମା କରି ପ୍ରସ୍ତାବ ଦିଅନ୍ତି । ଦୀର୍ଘଦିନର ସାମ୍ବାଦିକତା ଅନୁଭୂତିରୁ ସେ ଭଲରେ ଜାଣନ୍ତି ସୂଚନା କିପରି ଲୋକଙ୍କ ପାଖକୁ ଗଲେ ତାହା ଲୋକଙ୍କ ମନକୁ ଛୁଇଁବ । ସେଥିପାଇଁ ମାନସ ମଙ୍ଗରାଜ ହିଁ ପ୍ରେସମିଟର ଚୁଡାନ୍ତ ନକ୍ସା ପ୍ରସ୍ତୁତ କରନ୍ତି ବୋଲି ସୂଚନା ମିଳିଛି । ପୁରାଣ, ଇତିହାସ, ଲୋକଚଳନି ଓ ଲୋକବିଶ୍ୱସକୁ ନେଇ ମାନବିକତା କଥା ଆଧାରରେ କରୋନା ସଂପର୍କୀତ ଖବର କିପରି ଲୋକଙ୍କ ପାଖକୁ ଯିବ ଓ ଲୋକଙ୍କୁ କଣ କହି ଅପିଲ କରାଯିବ ତାହା ସେହିଁ ସ୍ଥିର କରନ୍ତି ବୋଲି ସୂଚନା ମିଳିଛି । କରୋନାକୁ ନେଇ ଆସୋଲେସନରେ ରହିବା କଥାକୁ ଜଗନ୍ନାଥଙ୍କ ଅଣସର ସହ ଯୋଡିବା ହେଉ ବା ସାମାଜିକ ଚଳନିରେ କିପରି ଲୋକେ ଆସୋଲେସନରେ ରୁହନ୍ତି ତାହା ହେଉ ଏହା ଲୋକଙ୍କ ମନକୁ ବେଶ ଛୁୁଇଁଥିଲା । ସେହିପରି ପ୍ରେସମିଟ ମାଧ୍ୟମରେ ପୁରାଣ, ଇତିହାସ ଓ ବିଜ୍ଞାନର ବିଭିନ୍ନ ବିଷୟକୁ ନେଇ କିପରି କରୋନା ସହ ଯୋଡି ଲୋକଙ୍କ ମନକୁ ହୃଦୟରେ ପହଁଚିବ ତାହା ମାନସ ମଙ୍ଗରାଜ ହିଁ ସ୍ଥିର କରୁଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ କରୋନା ସଂପର୍କୀତ ବିଭିନ୍ନ ବାର୍ତ୍ତା, ଅପିଲ ଓ ସଚେତନତା ଭିଡିଓ ଓ ଘୋଷଣା କିପରି ମିଡିଆ ଓ ସୋସିଆଲ ମିଡିଆରେ ସାରାରାଜ୍ୟରେ ପହଁଚି ପାରିବ ସେନେସ୍ମାନସ ମଙ୍ଗରାଜ ତାକୁ ତଦାରଖ କରିବା ସହ ଅନୁଧ୍ୟାନ କରୁଛନ୍ତି । ଠିକ ସେହିପରି ସରକାରଙ୍କ ବିଭିନ୍ନ ବିଭାଗର ନିର୍ଦ୍ଦେଶନାମା ଓ ଘୋଷଣାକୁ ମଧ୍ୟ ଠିକଣା ଢଙ୍ଗରେ କିପରି ଗଣମାଧ୍ୟମରେ ଉପସ୍ଥାପନ ହୋଇପାରିବ ତାହା ବି ସେ ତଦାରଖ କରୁଛନ୍ତି । ସବୁଠୁ ବଡ କଥା ହେଲେ ସୋସିଆଲ ମିଡିଆ ଓ ମିଡିଆରେ କୋରନା ସଂପର୍କୀତ କିପରି ଗୁଜବ ପ୍ରଚାର ନହେବ ସେନେଇ ମାନସ ମଙ୍ଗରାଜ ୍‌ଅଧିକ ଗୁରୁତ୍ୱ ଦେଉଛନ୍ତି ।
ଦେଶ ଓ ରାଜ୍ୟରେ ଏପରି ଜରୁରୀ ସ୍ଥିତିରେ ଗୁରୁତ୍ୱ ପୂଣ୍ଣ ହେଉଛି ଲୋକଙ୍କ ପାଖରେ ସରକାରଙ୍କ ନିଷ୍ପତ୍ତି ବା ନିର୍ଦ୍ଦେଶ ପହଁଚାଇବ, ଲୋକଙ୍କୁ ଭୟଭିତ ନକରି ସଚେତନ କରିବା ଓ ସଠିକ ସୂଚନା ଦେବା । ଏହିକ୍ଷେତ୍ରରେ ରାଜ୍ୟସରକାରଙ୍କ ମିଡିଆ ପରିଚାଳନା ଓ ପ୍ରେସମିଟର ବ୍ୟବସ୍ଥା ସବୁଠୁ ଭଲ ପଦକ୍ଷେପ ହୋଇଛି । ଏହା ପଛରେ ଏକ ଟିମ କାର୍ଯ୍ୟକରୁଥିଲେ ବି ସୂଚନା ଓ ଲୋକସଂପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ପ୍ରୟାସ ବି ପ୍ରଶଂସନୀୟ ହୋଇଛି । ରାଜ୍ୟସରକାରଙ୍କ ଏହି ଟିମ ଉଦ୍ୟମରେ ଲୋକଙ୍କ ପାଖରେ କେବଳ ଖବର ପହଁଚୁଛି ତାହା ନୁହେଁ ବଂର ଲୋକଙ୍କ ମନବଳ ବଢୁଛି ଲୋକେ ଆସ୍‌ଭସନା ପାଉଛନ୍ତି । ଆଗକୁ ଏହା ଆହୁରି ପ୍ରଭାବି ହେବା ଆଶା କରାଯାଉଛି ।

କୋରୋନା ସଂପର୍କୀତ ରାଜ୍ୟ ସରକାରଙ୍କ ପ୍ରେସମିଟ୍ ରାଜ୍ୟବାସୀଙ୍କୁ କେବଳ ସୂଚନା ଦେଉନି ବଂର ଲୋକଙ୍କ ମନବଳ ବଢାଇଛି । ତେବେ ସବୁଠୁ ଗୁରୁତ୍ୱପୂଣ୍ଣ ହେଉଛି ସୂଚନାକୁ କିଭଳି ଢଙ୍ଗରେ ଲୋକଙ୍କ ପାଖରେ ପହଁଚାଯିବଓ ଯାହା ଲୋକଙ୍କୁ ଆତଙ୍କିତ ନକରି ସଜାଗ ଓ ସଚେତନ କରିବା ସହ ଲୋକଙ୍କ ମନବଳ ବଢାଉଛ । କରୋନା ସଂକ୍ରମଣ ଜନିତ ସୂଚନା ପହଁଚାଇବାରେ ଦେଶର ଅନ୍ୟରାଜ୍ୟଗୁଡିକ ଠୁ ଓଡିଶା ସବୁଠୁ ଆଗରେ ରହିଛି ଏକଥା ଜାତୀୟ ଗଣମାଧ୍ୟମ ଦେଖୁଥିବା ଯେକେହି ଦର୍ଶକ ଅନୁଭବ କରୁଥିବେ । ସବୁଠୁ ବଡ କଥା ହେଲା ସରକା ଯେଉଁ ଢଙ୍ଗରେ ଲୋକଙ୍କ ମନକୁ ଛୁଇଁବା ଭଳି ଓ ସଚେତନ କଲାଭଳି ଖବର ଲୋକଙ୍କ ପାଖରେ ପହଁଚାଉଛନ୍ତି ତାହା ଲୋକଙ୍କୁ ଆଶ୍ୱସନା ଦେଉଛି ।