ପରଦାରେ ରାଜ କରିବେ ସିଦ୍ଧାନ୍ତ,ଆସିବ ଆଉ ତିନୋଟି ସିନେମା

ଭୁବନେଶ୍ୱର: ଓଲିଉଡ ମେଗାଷ୍ଟାର୍‌ ସିଦ୍ଧାନ୍ତ ଫ୍ୟାନଙ୍କ ଲାଗି ଖୁସି ଖବର । ଏବର୍ଷ ଓଲିଉଡରେ ସୁରରଷ୍ଟାର ସିନ୍ଧାନ୍ତଙ୍କ ଲାଗି ଲକି ସବ୍ୟସ୍ତ ହେବାକୁ ଯାଉଛି । ଦୁଇଟି ସିନେମା ପରେ ସିନ୍ଧାନ୍ତଙ୍କ ପୁଣି ତିନୋଟି ସିନେମା ପରଦାକୁ ଆସିବା ଲାଗି ସଜବାଜ ହେଉଛି । ଯେଉଁଥିରେ ସିଦ୍ଧାନ୍ତଙ୍କୁ ଭିନ୍ନ ଭିନ୍ନ ରୋଲରେ ଦେଖିବେ ଦର୍ଶକ । ଏବେ ତାଙ୍କ ଅଭିନୀତ ଅନ୍ୟ ତିନିଟି ସିନେମା ‘ମୁଁ ଖାଣ୍ଟି ଓଡ଼ିଆ ଝିଅ ’ ‘ବଜରଙ୍ଗୀ ’ଏବଂ ‘ଦିଓ୍ଵାନା ହେଲି ତୋ‘ପାଇଁ’ ପାଇପ୍‌ ଲାଇନ୍‌ରେ ରହିଛି । ଏ ସବୁରେ ଦମଦାର୍‌ ରୋଲ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସିବେ ସିଦ୍ଧାନ୍ତ ।
ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ୍‌ ଦାସଙ୍କ ନିର୍ଦ୍ଦେଶିତ‘ଦିଓ୍ଵାନା ହେଲି ତୋ‘ପାଇଁ’ରେ ପୁଣି ଥରେ ବଡ଼ ଭାଇ ଭୂମିକାରେ ନଜର ଆସିବେ ସେ । ପୂର୍ବରୁ ତାଙ୍କୁ ଦର୍ଶକ କେତେକ ସିନେମାରେ ଅଭିନେତା ଅନୁଭବ,ଅରିନ୍ଦମ୍‌ ,ଆକାଶ,ବୁଦ୍ଧାଦିତ୍ୟ ଏବଂ ସମ୍ବିତ ପ୍ରମୁଖ ନାୟକଙ୍କର ବଡ଼ଭାଇ ଭୂମିକାରେ ଦେଖିଛନ୍ତି ବଡ଼ ପରଦାରେ । ହେଲେ ଏଥର ଜଣେ ନବାଗତ ନାୟକ ମୁନ୍ନାଙ୍କର ବଡ଼ଭାଇ ଭୂମିକାରେ ଦେଖିବାକୁ ମିଳିବ ସିଦ୍ଧାନ୍ତ ମହାପାତ୍ରଙ୍କୁ । ଅପରପକ୍ଷରେ ସିଦ୍ଧାନ୍ତ ବଜରଙ୍ଗୀରେ ଟାଇଟଲ୍‌ ରୋଲରେ ଅଛନ୍ତି।‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରେ ତାଙ୍କୁ ପୁଣିଥରେ ରୋମାଣ୍ଟିକ୍‌ ରୋଲରେ ଦେଖିବାକୁ ପାଇବେ ଦର୍ଶକ।