ପଦ୍ମ ସମ୍ମାନ: ଦୁଇ ଓଡ଼ିଆଙ୍କୁ ରାଷ୍ଟ୍ରପତି ଦେଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ:ଦୁଇ ଓଡ଼ିଆ ପ୍ରଭାକର ମହରାଣା ଓ ଗୋବର୍ଦ୍ଧନ ପାଣିକାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ମୂର୍ତ୍ତିକଳା ପାଇଁ ପ୍ରଭାକାର ଓ ବୟନ କଳା ପାଇଁ ଗୋବର୍ଦ୍ଧନଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ମୋଟ ୮୫ ଜଣଙ୍କୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି । ଏହି ୮୫ ଜଣଙ୍କ ମଧ୍ୟରୁ ୭୩ ଜଣଙ୍କୁ ପଦ୍ମଶ୍ରୀ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୩ ଜଣଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଏହି ୮୫ ଜଣଙ୍କ ମଧ୍ୟରେ ୫ ଓଡ଼ିଆ ରହିଛନ୍ତି । ସେମାନେ ହେଲେ ଭବାନୀ ଚରଣ ପଟ୍ଟନାୟକ-ଜନସେବା, ଚନ୍ଦ୍ରଶେଖର ରଥ-ସାହିତ ଓ ଶିକ୍ଷା, ଶିଶିର ମିଶ୍ର – ସିନେମା, ଗୋବର୍ଦ୍ଧନ ପାଣିକା – କଳା ଓ ହସ୍ତତନ୍ତ ଓ ପ୍ରଭାକର ମହାରଣା – ସ୍ଥାପତ୍ୟ।,ସଂଗୀତ ନିର୍ଦ୍ଦେଶକ ଇଲେୟା ରାଜାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିବାବେଳେ କ୍ରିକେଟିୟର ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମଶ୍ରୀ ପୁରସ୍କାର ପାଇଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ବୈଜ୍ଞାନିକ ଅରବିନ୍ଦ ଗୁପ୍ତା, ଚିକିତ୍ସକ ଲକ୍ଷ୍ମୀ କୁଟ୍ଟୀ, ଗଣ୍ଡ କଳାକାର ଭାଜୁ ଶ୍ୟାମ, ୯୮ ବର୍ଷୀୟ ସମାଜସେବୀ ସୁଧାଂଶୁ ବିଶ୍ୱାସ ଓ ଭାରତରେ ପାଲିଆଟିଭ କେୟାରର ଜନକ ଏମଆର ରାଜଗୋପାଳ । ଏହା ଛଡ଼ା ଭାରତର ପ୍ରଥମ ପାରାଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୂରଲୀକାନ୍ତ ପେଟକର, ପ୍ଲାଷ୍ଟିକ ସଡ଼କ ନିର୍ମାଣକାରୀ ରାଜଗୋପାଲନ ବାସୁଦେବନ, ଗରିବଙ୍କ ପାଇଁ ହସପିଟାଲ ନିର୍ମାଣ କରିଥିବା ସୁଭାଷିନୀ ମିସ୍ତ୍ରୀ, ତାମିଲ ଲୋକକଳାକାର ବିଜୟ ଲକ୍ଷ୍ମୀ, ଧାଈ ସେବିକା ସୁଲଗଟ୍ଟି ନରସମା, ତିବ୍ଦତୀୟ ଚିକିତ୍ସକ ୟେସି ଧୋଣ୍ଡେନ ପ୍ରମୁଖ > ଏଥିରୁ ୪୩ ଜଣଙ୍କୁ ଆଜି ପୁରସ୍କାର ପ୍ରଦାନ କରାଯାଇଛି।  ବାକି ବ୍ୟକ୍ତିଙ୍କୁ ଏପ୍ରିଲ ୨ରେ ପ୍ରଦାନ କରାଯିବ। ପ୍ରଥମ ପର୍ୟ୍ୟାୟରେ ପଦ୍ମଶ୍ରୀ ବିବେଚିତ ହୋଇଥିବା ୫ ଓଡ଼ିଆଙ୍କ ମଧ୍ୟରୁ ୨ ଜଣଙ୍କୁ ଏହି ସମ୍ମାନ ମିଳିଛି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କିଆନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ ।